ଗାତରେ ପଡ଼ିଥିବା ତ୍ରିଚି ବାଳକ ପାଖରେ ପହଞ୍ଚିବାକୁ ଆହୁରି ୧୨ ଘଣ୍ଟା ଲାଗିପାରେ

ଚେନ୍ନାଇ: ତାମିଲନାଡୁର ତିରୁଚିରାପ୍ପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଗୋଟାଏ ଗ୍ରାମରେ ପରିତ୍ୟକ୍ତ ନଳକୂପ ଗହ୍ଵର ମଧ୍ୟକୁ ଖସିପଡ଼ିଥିବା ଦୁଇ ବର୍ଷିୟ ବାଳକଟିକୁ ନିରାପଦରେ ଉଦ୍ଧାର କରିବାକୁ ଆହୁରି ୧୨ ଘଣ୍ଟା ଲାଗିପାରେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ସାମ୍ବାଦିକମାନଙ୍କୁ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କର କହିଛନ୍ତି: ପଥୁରିଆ ଜାଗା ହୋଇଥିବାରୁ ସମାନ୍ତରଳ ଗର୍ତ୍ତ ଖନନ ପାଇଁ ମୁତୟନ ହୋଇଥିବା ରିଗ୍‌ଟି ମାତ୍ର ୪୦ ଫୁଟ୍‌ ଗଭୀର ଯାଏଁ ଗାତ କରିଛି।

ଭିନ୍ନ ଭିନ୍ନ ସଙ୍ଗଠନ ସହ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟଧାରା ଗ୍ରହଣ କରାଯିବ।

Image Source: India Today

ଉଦ୍ଧାର କାର୍ଯ୍ୟ ବନ୍ଦ ହେବ ନାହିଁ। ପଥୁରିଆ ଅଞ୍ଚଳ ହୋଇଥିବାରୁ ଶୀଘ୍ର ଗର୍ତ୍ତ ଖନନ ହୋଇ ପାରୁ ନାହିଁ। ରିଗ୍‌ ଘଣ୍ଟା ପ୍ରତି ପ୍ରାୟ ୨୮୦ ରୁ ୫୦୦ ସେମି ଯାଏଁ ଗାତ ଖୋଳି ପାରୁଛି ବୋଲି ରାଜସ୍ୱ ପ୍ରଶାସନର ପ୍ରମୁଖ ସଚିବ ଜେ ରାଧାକୃଷ୍ଣନ କହିଛନ୍ତି।

ସେ ପୁଣି କହିଛନ୍ତି: ୧୦୦ ଫୁଟ୍‌ ଗାତ ଖୋଳିବାକୁ ପ୍ରାୟ ୧୨ ଘଣ୍ଟା ଲାଗିପାରେ। ଏହାପରେ ଆଡ଼ବାଗୁଆ ସୁଡ଼ଙ୍ଗ ଖୋଳାଯାଇ ବୋର୍‌େଓ୍ଵଲ୍‌ରେ ଥିବା ପିଲା ନିକଟକୁ ଯିବାକୁ ପଡ଼ିବ। ପଥର କାଟି ଶୀଘ୍ର ଗାତ ଖୋଳିବା ପାଇଁ ଚେନ୍ନାଇରୁ ଅଧିକ ଟାଣୁଆ ବ୍ଲେଡ୍‌ ମଗାଯାଇଛି।
ଶୁକ୍ରବାର ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳେ ପିଲାଟି ଗହ୍ଵର ମଧ୍ୟକୁ ଖସି ପଡ଼ିଥିଲା। ସୋମବାର ଦିନକୁ ମିଶାଇ ତାକୁ ଉଦ୍ଧାର କରିବା କାର୍ଯ୍ୟ ଚତୁର୍ଥ ଦିନରେ ପ୍ରବେଶ କରିଛି।

ପ୍ରଥମେ ସେ ୩୦ ଫୁଟ୍‌ ଗଭୀରରେ ଲାଖି ରହିଥିଲା ପରେ ଆହୁରି ତଳକୁ ଖସି ୯୦ ଫୁଟ୍‌ ଗଭୀରରେ ଲାଖିଛି।

ସମ୍ବନ୍ଧିତ ଖବର