କାନିମୋଝିଙ୍କ ଘରେ ଆୟକର ଚଢଉ

ଚେନ୍ନାଇ : ଡିଏମକେ ନେତ୍ରୀ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ କନ୍ୟା କାନିମୋଝିଙ୍କ ଘରେ ଆଜି ଆୟକର ବିଭାଗ ଚଢଉ କରିଛି  । କାନିମୋଝି ଦଳର ତୁଟିକୋରିନ ଆସନରୁ ପ୍ରାର୍ଥୀ ଅଛନ୍ତି । ତାଙ୍କ ଘରେ ବିପୁଳ ପରିମାଣରେ ନଗଦ ଟଙ୍କା ଗଚ୍ଛିତ ଥିବା ଖବର ମିଳିବା ପରେ ଏହି ଚଢଉ ହୋଇଥିଲା । ଆୟକର ବିଭାଗର ପ୍ରାୟ ୧୦ ଜଣ ଅଫିସର ଏହି ଚଢଉରେ ସାମିଲ ଥିଲେ । ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ ହେବାର କିଛି ଘଣ୍ଟା ପରେ ଏହି ଚଢଉ ହୋଇଥିଲା । 

ସମ୍ବନ୍ଧିତ ଖବର