ଆୟକର ଚଢଉ ବେଳେ ଜଣାପଡିଲା, ଇଂଜିନିୟରଙ୍କର ୨ଟି ପରିବାର ଅଛନ୍ତି, ସନ୍ତାନ ମାନଙ୍କ ନାଁ ସମାନ ରଖାଯାଇଛି

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ନିକଟରେ ଏକ ଅଜବ ରେଡ୍‌ କରାଯାଇଥିଲା ନୋଏଡାରେ । ଚଢଉକରି ସେମାନେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଏହି ରେଡ ହୋଇଥିଲା ନୋଏଡା ଅଥରିଟିର ଜଣେ ଇଂଜିନିୟରଙ୍କ ଘରେ । ତାଙ୍କ ଘରୁ ବିଭିନ୍ନ ସ୍ଥାନରେ ଥିବା ୨୫ଟି କୋଠା, ୮ ଲକ୍ଷ ଟଙ୍କାର ନଗଦ ଅର୍ଥ, ଗୋଟିଏ ଜାଗୁଆର କାର ସହ ୫ଟି ଲକଜୁରୀ କାର ।
କିନ୍ତୁ ଆପଣ କହିବେ ଏସବୁ ସଂପତ୍ତିଠାରୁ ଆହୁରି ବିପୁଳ ସଂପତ୍ତି ଆଗରୁ ଆୟକର ବିଭାଗ ଦ୍ୱାରା ଜବତ ହୋଇଛି । ଏଥର କଣ ସ୍ୱତନ୍ତ୍ରତା ରହିଛି ? ଏବେ ସଂପୂର୍ଣ୍ଣ କଥା ଜାଣନ୍ତୁ । କଥା ହେଉଛି ଆୟକର ବିଭାଗ ରେଡ କରୁ କରୁ ଜାଣିବାକୁ ପାଇଥିଲେ ଯେ ଉକ୍ତ ବ୍ୟକ୍ତିଙ୍କର ୨ ଜଣ ପତ୍ନୀ ଅଛନ୍ତି । ଜଣେ ନୋଏଡାରେ ରହନ୍ତି ଓ ଅନ୍ୟ ଜଣେ ଫରିଦାବାଦରେ ରହନ୍ତି । ପ୍ରତି ପତ୍ନୀଙ୍କଠାରୁ ୩ ଜଣ ଲେଖାଏଁ ସନ୍ତାନ, ଦୁଇ ପୁଅ ଓ ଜଣେ ଲେଖାଏଁ ଝିଅ । ଅର୍ଥାତ୍‌ ତାଙ୍କର ସମୁଦାୟ ଦୁଇ ପତ୍ନୀଙ୍କଠାରୁ ୬ ଜଣ ସନ୍ତାନ ଅଛନ୍ତି । ଆହୁରି ଆଶ୍ଚର୍ଯ୍ୟ କଥା ହେଉଛି ସେ ନିଜ ସନ୍ତାନ ମାନଙ୍କ ନାଁ ସମାନ ରଖଛନ୍ତି । ଅର୍ଥାତ ମନେକର ପ୍ରଥମ ପତ୍ନୀଙ୍କ ଦୁଇ ପୁଅ ଓ ଜଣେ ଝିଅଙ୍କ ନାଁ ହେଉଛି ରାମ, ଶ୍ୟାମ ଓ ଗୀତା । ଦ୍ୱିତୀୟ ପତ୍ନୀଙ୍କ ଦୁଇ ପୁଅ ଓ ଜଣେ ଝିଅଙ୍କ ନାଁ ମଧ୍ୟ ଏହିପରି ରଖାଯାଇଛି । ସଂପତ୍ତି କିଣାବିକା ବେଳେ ଯେପରି କେହି ସଂଦେହ କରିବେ ନାହିଁ ସେଥିପାଇଁ ସେ ଏପରି କରିଥିବା ଆୟକର ବିଭାଗ କହିଛି । ଆହୁରି କୌତୁହଳର ବିଷୟ ହେଉଛି ଦୁଇ ଜଣ ପତ୍ନୀ କେହି କାହାକୁ ଜାଣି ନଥିଲେ । ଏବେ ଉକ୍ତ ଇଂଜିନିୟରଙ୍କୁ ନିଳମ୍ବିତ କରାଯାଇଛି ।

ସମ୍ବନ୍ଧିତ ଖବର