ସତନା : ଆୟକର ବିଭାଗ ପକ୍ଷରୁ ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶର ସତନା ସହରର ୫ ଜଣ ପ୍ରମୁଖ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ଏପରି ହୋଇଥିଲା ଯେ ସେମାନେ ଶୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଗାଡ଼ିରେ ଆୟକର ଟିମ୍ ପହଞ୍ଚିଥିଲେ। ରୋଚକ କଥା ହେଉଛି ଆୟକର ଟିମ ବରଯାତ୍ରୀ ବେଶରେ ଆସିଥିଲେ ।
ସତନାର ଏହି ପ୍ରମୁଖ ବ୍ୟକ୍ତିମାନଙ୍କ ଘରେ କ'ଣ ଘଟୁଛି ତାହା ବୁଝିବା ପୂର୍ବରୁ ଆୟକର ତଦନ୍ତ ଆରମ୍ଭ ହୋଇସାରିଥିଲା। ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ସହରରେ ଏଭଳି ଆତଙ୍କ ପ୍ରକାଶ ପାଇଥିଲା ଯେ ଯେଉଁମାନେ ଆୟକର ବିଭାଗ ରାଡାରରେ ନଥିଲେ ସେମାନେ ବି ଆତଙ୍କିତ ହୋଇଯାଇଥିଲେ ।
ସହରର ଗୋଶାଳା ଛକରେ ଜଣ ବ୍ୟବସାୟୀ ଆୟକର ଟିମକୁ ନିଜ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ, କିନ୍ତୁ ଅଫିସରଙ୍କ ଟିମ୍ ସିଡି ଚଢ଼ି ଛାତରୁ ଘର ଭିତରକୁ ପ୍ରବେଶ କରିଥିଲେ। ବଡ଼ କଥା ହେଲା ଏହି ଅଧିକାରୀମାନେ ବରଯାତ୍ରୀ ବେଶରେ ପହଞ୍ଚିଥିଲେ ଓ ସେମାନଙ୍କ ପ୍ରତି ଗାଡ଼ିରେ ବରଯାତ୍ରୀ ଗାଡ଼ି ପରି ଷ୍ଟ୍ରିକର ମରାଯାଇଥିଲା । କିନ୍ତୁ କେହିସେମାନଙ୍କର ପ୍ରକୃତ ପରିଚୟ ଜାଣିବା ପୂର୍ବରୁ ଆୟକର ଅଧିକାରୀମାନେ ନିଜ କାର୍ଯ୍ୟ ଆରମ୍ଭ କରିସାରିଥିଲେ ।

ତେବେ ଆୟକର ଅଧିକାରୀମାନେ ବୟାନ ଦେବାରୁ ଦୂରେଇ ରହିଥିଲେ ମଧ୍ୟ ସାମ୍ନାକୁ ଆସୁଥିବା ସୂଚନାରୁ ଜଣାପଡୁଛି ଯେ ଏହି ବ୍ୟବସାୟୀମାନେ ୧୦୦ କୋଟି ଟଙ୍କାର ଜମି କିଣିଥିଲେ ଏବଂ ସେବେଠାରୁ ଆୟକର ରାଡାରରେ ଥିଲେ, ଯାହାଫଳରେ ମଙ୍ଗଳବାର ସତନାର ସମସ୍ତ ୫ ପ୍ରମୁଖ ବ୍ୟବସାୟୀଙ୍କ ଉପରେ ମିଳିତ ଚଢ଼ାଉ କରାଯାଇଥିଲା।