ଅଜିତ ପାଓ୍ବାରଙ୍କ ତିନି ଉଭଣୀଙ୍କ ଅଫିସ ଉପରେ ଆୟକର ଚଢଉ

ରାଜନୈତିକ ଉଦ୍ଦେଶ୍ୟ ରଖି ଟାର୍ଗେଟ କରାଉଛି : ଅଜିତ

ମୁମ୍ବାଇ : ଗୁରୁବାର ମହାରାଷ୍ଟ୍ରର ମୁମ୍ବାଇ, ପୁନେ ଓ ନାଗପୁରର କେତେକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢଉ କରିଛି । ଏସବୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ସହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସଂପର୍କ ଥିବା ଜଣାଯାଇଛି ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଅଜିତ ପାଓ୍ବାର କହିଛନ୍ତି ଯେ କୌଣସି ଅନିୟମିତତା ଥିଲେ ତଦନ୍ତ କରିବା ସେମାନଙ୍କର (ଆୟକର ବିଭାଗ) କର୍ତ୍ତବ୍ୟ । କିନ୍ତୁ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ । ଦୁଃଖର କଥା ହେଉଛି ଆୟକର ବିଭାଗ ପକ୍ଷରୁ ତାଙ୍କ ତିନି ଭଉଣୀଙ୍କୁ ହଇରାଣ କରାଯାଉଛି । ତିନି ଭଉଣୀଙ୍କ ମଧ୍ୟରୁ ଜଣେ କୋହ୍ଲାପୁରରେ ଓ ଆଉ ଦୁଇଜଣ ପୁନେରେ ରୁହନ୍ତି । ଯଦି କେବଳ ତାଙ୍କ ଭଉଣୀ ବୋଲି ସେମାନଙ୍କୁ ଟାର୍ଗେଟ କରାଯାଉଛି, ତେବେ ଲୋକମାନେ ବୁଝିବା ଉଚିତ ଯେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କିପରି ଅପବ୍ୟବହାର କରାଯାଉଛି ।

ଗତ ଜୁଲାଇ ମାସରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି) ପକ୍ଷରୁ ୨୫ ହଜାର କୋଟି ମୂଲ୍ୟର ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତିରେ ଅଜିତଙ୍କ ସଂପୃକ୍ତି ନେଇ ଅଭିଯୋଗ କରାଯାଇଥିଲା ।

ସମ୍ବନ୍ଧିତ ଖବର