କଂଗ୍ରେସ ବିଧାୟକଙ୍କ ଘରୁ ୨୦୦ କୋଟି ଠାବ କଲା ଆୟକର ବିଭାଗ

ନୂଆଦିଲ୍ଲୀ : ହରିୟାଣାର କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଓ ତାଙ୍କ ପରିବାରଙ୍କ ଘରୁ ରବିବାର ଆୟକର ବିଭାଗ ଚଢ଼ଉ କରି ୨୦୦ କୋଟି ଟଙ୍କାରୁ ଊର୍ଧ୍ବ ସମ୍ପତ୍ତି ଠାବ କରିଛି। ବିଷ୍ଣୋଇଙ୍କ ହରିୟାଣା, ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶରେ ବିଧାୟକଙ୍କର ଥିବା ୧୩ଟି ସ୍ଥାନରେ ଗତ ୨୩ ତାରିଖରେ ଆୟକର ବିଭାଗ ଚଢ଼ଉ କରିଥିଲା। ବିଦେଶରେ ସମ୍ପତ୍ତି କୟ ପାଇଁ ବିପୁଳ ପରିମାଣର କାରବାର ହୋଇଥିବା ଆୟକର ବିଭାଗକୁ ସୂଚନା ମିଳିଛି। ବିଷ୍ଣୋଇ ହେଉଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ପୁଅ ଏବଂ ଆଦାମପୁରରୁ ସେ ଏବେ କଂଗ୍ରେସ ବିଧାୟକ ଅଛନ୍ତି। ବ୍ରିଟିସ ଭର୍ଜିନ ଦ୍ବୀପ, ପାନାମା, ବ୍ରିଟେନ ଏବଂ ୟୁଏଇ ଭଳି ସ୍ଥାନରେ ତାଙ୍କର ସ୍ଥାବର ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର