ମତଦାନ ପରେ ପ୍ରିୟଙ୍କା ଗାନ୍ଧୀଙ୍କ ବୟାନ : ଏହା ଦେଶକୁ ବଞ୍ଚାଇବାର ନିର୍ବାଚନ, ବିଜେପି ହାରିବା ସୁନିଶ୍ଚିତ

ନୂଆଦିଲ୍ଲୀ : ଆଜି ୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଅନେକ ହେଭିେଓ୍ଵଟ୍‌ ନେତାଙ୍କୁ ମତଦାନ କରୁଥିବାର ଦେଖା ଯାଇଛି । ଏ ମଧ୍ୟରେ ଅଛନ୍ତି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନିଜ ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ଦିଲ୍ଲୀରେ ମତଦାନ କରିଥିଲେ ପ୍ରିୟଙ୍କା । ମତଦାନ ପରେ ସେ ନିଜର ବିପକ୍ଷ ଦଳକୁ ସମାଲୋଚନା କରିବା ଭୁଲି ନଥିଲେ ।

ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସହ କଂଗ୍ରେସ ଗଠବନ୍ଧନ କରିଥିଲେ କୌଣସି ଲାଭ ମିଳି ନଥାନ୍ତା । ନିଜକୁ ଦିଲ୍ଲୀର ଝିଅ ବୋଲି କହି, ମତଦାତାମାନେ ଭୋଟ୍‌ ଦେଇ ବିପକ୍ଷ ଦଳକୁ ଉଚିତ୍‌ ଜବାବ ଦେବେ । ଚଳିତ ବର୍ଷ କଂଗ୍ରେସ ଆଶାଠାରୁ ଅଧିକ ଆସନ ଅକ୍ତିଆର କରିବ । ମୋଦୀ ଏବେ ବହୁତ ଅହଙ୍କାରୀ ହୋଇ ଗଲେଣି । ସେ ଦେଶକୁ ବାଣ୍ଟିବାରେ ଲାଗି ପଡ଼ିଛନ୍ତି । ଏହା ହେଉଛି ଦେଶକୁ ବଞ୍ଚାଇବାର ନିର୍ବାଚନ । ବିଜେପି ହାରିବା ସୁନିଶ୍ଚିତ ବୋଲି କହିଥିଲେ ପ୍ରିୟଙ୍କା ।

ସମ୍ବନ୍ଧିତ ଖବର