କରୋନା ପାଇଁ ଛାଡ଼ପତ୍ର ନେବା ସହଜ ହେଲା

ଦମ୍ପତିଙ୍କୁ କୋର୍ଟ ଦୌଡ଼ିବାକୁ ପଡ଼ୁନି

ନୂଆଦିଲ୍ଲୀ: କରୋନା ମହାମାରୀ ପୂର୍ବରୁ ଛାଡ଼ପତ୍ର ନେବାପାଇଁ ନିମ୍ନ ଅଦାଲତକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିଲା। ଏବେ କରୋନାଭାଇରସ୍‌ ମହାମାରୀ ସମୟରେ ଦିଲ୍ଲୀର ଏକ ଅଦାଲତରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ ଦମ୍ପତିଙ୍କୁ ଛାଡ଼ପତ୍ର ମିଳିଯାଇଛି। ମେ ୨୦୧୭ରେ ଏହି ଦମ୍ପତି ବିବାହ କରିଥିଲେ ଏବଂ କିଛି ମାସ ଏକାଠି ରହିବା ପରେ ଅଲଗା ହୋଇଯାଇଥିଲେ। ଡିସେମ୍ବର ୨୦୧୮ରେ ଏହି ଦମ୍ପତି ଅଲଗା ରହିଥିଲେ ଏବଂ ଚଳିତ ବର୍ଷ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ନିକଟରେ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ଛାଡ଼ପତ୍ର ମାମଲାରେ ଯଦି କୌଣସି ଦମ୍ପତି ଏକ ବର୍ଷରୁ ଅଧିକ ସମୟ ଅଲଗା ରହୁଥିବେ ତାହେଲେ ଆପୋଷ ବୁଝାମଣାରେ କୋର୍ଟ ଛାଡ଼ପତ୍ର ଆଦେଶ ଦେଇପାରିବେ। ଏହି ଆଧାରରେ କୋର୍ଟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦମ୍ପତ୍ତିଙ୍କୁ ଛାଡ଼ପତ୍ର ସଂକ୍ରାନ୍ତ ଅନୁମତି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର