ପ୍ରୟାଗରାଜ: ମାଘମେଳାରେ ଇଟାଲୀ ମହିଳା । ପ୍ରୟାଗରାଜ ସଙ୍ଗମ ସ୍ଥଳ ବୁଲିଲେ ଇଟାଲୀର ମହିଳା । ଲଗାତାର ଭାରତ ଆସିଥିବା ବେଳେ ଏହା ତାଙ୍କର ୩ୟ ଭାରତ ଗସ୍ତ । ଆଉ ସେ ଏଥର ପ୍ରୟାଗରାଜ ଆସି ଭାରି ଖୁସି ଅଛନ୍ତି । ପ୍ରୟାଗରାଜ ବୁଲିବା ସହ ସେ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ବିଶ୍ବର ସବୁ ଦେଶ ବୁଲିଛି ହେଲେ ଭାରତରେ ଗୋଟେ ଅଲଗା ପ୍ରକାର ଯାଦୁ ଅଛି ବୋଲି କହିଛନ୍ତି ଇଟାଲୀର ମହିଳା ଲୁକ୍ରେଜିଆ ।
Prayagraj, Uttar Pradesh: On Magh Mela, Italian tourist Lucrezia says, "...This is my third visit: first in 2024, then for the 2025 Maha Kumbh and now in 2026 for the Magh Mela. After Prayagraj, I plan to visit Varanasi..." pic.twitter.com/rVSdEQPz6s
— IANS (@ians_india) January 9, 2026
ନିଜ ବାପାଙ୍କ ସହ ତ୍ରିବେଣୀ ସଙ୍ଗମ ଘାଟ ବୁଲି ଆସି ଭାରତ ତାଙ୍କ ହୃଦୟରେ ସବୁଦିନ ପାଇଁ ରହିବ ବୋଲି ସେ କହିଛନ୍ତି । ଭାରତ ଏକ ଚମତ୍କାର ଦେଶ । ଏଠାକାର ଲୋକମାନେ ଭାରି ବନ୍ଧୁତ୍ୱପୂର୍ଣ୍ଣ, ଏଠାକାର ଖାଦ୍ୟ ସ୍ୱାଦିଷ୍ଟ, ସଂସ୍କୃତି ଗଭୀର ଏବଂ ହିନ୍ଦୁ ଧର୍ମ ପ୍ରେରଣାଦାୟକ। ସେଥିପାଇଁ ଆମେ ବାରମ୍ବାର ଆସୁଛୁ ବୋଲି ସେ କହିଛନ୍ତି ।
ତେବେ ୨୦୨୪, ୨୦୨୫ ମହାକୁମ୍ଭ ପରେ ୨୦୨୬ରେ ମାଘ ମେଳା ବୁଲି ଆସିଛନ୍ତି ସେ । ପ୍ରୟାଗରାଜ ପରେ ସେ ବାରାଣସୀ ଯିବାକୁ ଯୋଜନା କରିଛନ୍ତି। ୧୦ ଦିନିଆ ଗସ୍ତରେ ଅଛନ୍ତି ଲୁକ୍ରେଜିଆ । ତେବେ ମାଘ ମେଳାରେ ଲୁକ୍ରେଜିଆଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/09/italian-tourist-lucrezia-2026-01-09-16-06-39.jpg)