ଇଟାଲି: କରୋନାରେ ୫୦ରୁ ଅଧିକ ଡାକ୍ତରଙ୍କ ମୃତ୍ୟୁ

ରୋମ୍‌: କ‌ରୋନା ଭାଇରସ୍‌ ମହାମାରୀ ଯୋଗୁଁ ଇଟାଲିରେ ସବୁଠାରୁ ବିପର୍ଯ୍ୟୟ ସୃଷ୍ଟି ହୋଇଥିବା ବେଳେ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଡାକ୍ତର ଭାଇରସ୍‌ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ସିଏଏନ୍‌ର ଏକ ରିପୋର୍ଟ ଅନୁଯାୟୀ ସଂକ୍ରମିତ ହୋଇଥିବା ଡାକ୍ତରଙ୍କ ମଧ୍ୟରୁ ୫୧ ଜଣ ପ୍ରାଣ ହରାଇଲେଣି ଏବଂ ୧,୦୦୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଏବେ ବି ଭାଇରସ୍‌ ଆକ୍ରାନ୍ତ ଅଛନ୍ତି। ଇଟାଲିରେ ସର୍ବାଧିକ କରୋନା ମୃତ୍ୟୁ ଘଟିଛି ଏବଂ ଏବେ ବି ଦେଶରେ ପ୍ରାୟ ୯୦,୦୦୦ ଆକ୍ରାନ୍ତ ରହିଥିବାରୁ ପରିସ୍ଥିତି ଅତି ଭୟାନକ ହୋଇଛି। ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀ ଅସୁସ୍ଥ ହୋଇ ପଡ଼ୁଥିବାରୁ କରୋନା ମୁକାବିଲା ଦିଗରେ ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର