ଆମେରିକାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ, ୬୦ଆକ୍ରାନ୍ତ

ସର୍ବସାଧାରଣ କାର୍ଯ୍ୟକ୍ରମ ବାତିଲ କଲା ଫ୍ରାନ୍ସ ଓ ଇଟାଲୀ

ନୂଆଦିଲ୍ଲୀ: ଗତକାଲି ଆମେରିକାରେ କରୋନାଭାଇରସର ଶିକାର ହୋଇ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆମେରିକାରେ କରୋନା ସଂକ୍ରମଣଜନିତ ଏହା ପ୍ରଥମ ମୃତ୍ୟୁ ହୋଇଥିବା ବେଳେ ୫୦ବର୍ଷର ଏହି ବ୍ୟକ୍ତି ଏକ କେୟାର ହାଉସରେ ମୃତ୍ୟୁ ବରଣ କରିଥିବା ସାମ୍ନାକୁ ଆସିଛି। ବର୍ତ୍ତମାନ ୬୦ଜଣ ବାସିନ୍ଦା ଏହି ଭୂତାଣୁରେ ପୀଡ଼ିତ ଥିବା ସହ ସେମାନଙ୍କ ମଧ୍ୟରୁ ଚାରିଜଣ ଗୁରୁତର ଥିବା ଜଣା ପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି, ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଥିବାରୁ ସେ ଭୂତାଣୁ ବିସ୍ତାରକୁ ଦୃଷ୍ଟିରେ ରଖି ମେକ୍ସିକୋ ସହିତ ଆମେରିକା ସୀମା ବନ୍ଦ କରିବା ନେଇ ଅତିରିକ୍ତ ପ୍ରତିବନ୍ଧକ ଉପରେ ବିଚାର କରିବେ।

Tourists wearing protective masks in Milan, Italy.
theguardian.com

ପରିସ୍ଥିତିକୁ ଦେଖି ଟ୍ରମ୍ପ କହିଛନ୍ତି, ସୁସ୍ଥ ଆମେରିକୀୟମାନେ ଯଦି ଭୂତାଣୁ ଦ୍ବାରା ସଂକ୍ରମିତ ହୁଅନ୍ତି ତେବେ ତୁରନ୍ତ ସୁସ୍ଥ କରାଯିବା ଉଚିତ। ସେ କହିଛନ୍ତି ଯେ, ଆମେ କରୋନାଭାଇରସର ମୁକାବିଲା କରିବା ପାଇଁ ଅତ୍ୟଧିକ ଆକ୍ରମଣାତ୍ମକ ପଦକ୍ଷେପ ନେଇଛୁ। ଆମ ଦେଶ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ। ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ତେବେ ଆମେରିକାରେ କରୋନ ପ୍ରବେଶ କରିବା ପରେ ଫ୍ରାନ୍ସ ଏବଂ ଇଟାଲୀ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସବୁ ବାତିଲ କରିଛି। ସଂକ୍ରମଣର ଭୟ ଥିବାରୁ ସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହି ସପ୍ତାହ ଶେଷରେ ଇଟାଲୀରେ ପାଞ୍ଚଟି ପ୍ରମୁଖ ଫୁଟବଲ୍ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ମେ’ ୧୩ତାରିଖରେ ସ୍ଥିତିରେ ସୁଧାର ଆସିବା ପରେ ଯାଇ ଏହି ମ୍ୟାଚ୍ ଖେଳାଯିବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର