କରୋନାକୁ ନେଇ ଚିନ୍ତାରେ ଇଟାଲୀ: ୨୪ ଘଣ୍ଟାରେ ଗଲାଣି ୬୨୭ ଜୀବନ

ଲକ୍ ଡାଉନ ପାଇଁ ସେନା ମୁତୟନ କରିବାକୁ ସରକାରଙ୍କ ନିଷ୍ପତି

ନୂୂଆଦିଲ୍ଲୀ:  କରୋନାକୁ ନେଇ ଚିନ୍ତାରେ ଇଟାଲୀ । ‘ବିଶ୍ୱ ମହାମାରୀ’ କରୋନା ଭୂତାଣୁ ସଂକ୍ରମଣ ସରକାରଙ୍କୁ ଚିନ୍ତାରେ ପକାଇଛି । କାରଣ ଗତ ୨୪ ଘଂଟାରେ ଇଟାଲୀରେ ୬୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଇଟାଲୀକୁ ସହାୟତା ଯୋଗାଉଥିବା ଚାଇନା ମେଡିକାଲ ବିଶେଷଜ୍ଞଙ୍କ ମତ ଅନୁସାରେ ଲୋମ୍ବାର୍ଡି ଅଂଚଳରେ ଯଥେଷ୍ଟ ମାତ୍ରାରେ ସତର୍କତା ଅବଳମ୍ବନ କରାଯାଇ ନାହିଁ । ଫଳରେ ଏହି ରୋଗ ସେହି ଅଂଚଳରେ କରୋନା ପ୍ରଭାବ ପଡ଼ିଛି ।

ବିଶେଷଜ୍ଞଙ୍କ ଏଭଳି ପ୍ରତିକ୍ରିୟା ପାଇବା ପରେ କଠୋର ହୋଇଛନ୍ତି ସରକାର । ତେଣୁ ଏହି ଅଂଚଳରେ ତାଲା ବନ୍ଦ କରିବା ପାଇଁ ସେନାର ସହାୟତା ନେବା ନେଇ ଘୋଷଣା କରିଛନ୍ତି ଲୋମ୍ବାର୍ଡିର ସଭାପତି ଅଟିଲୋ ଫୋଂଟାନା । ଏନେଇ ୧୧୪ ଜଣ ସୈନିକଙ୍କୁ ଡାକରା ହୋଇଥିବା ଜଣାପଡିଛି । ଇଟାଲୀରେ ବର୍ତମାନ ଯାଏଁ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି କରୋନା ଭୂତାଣୁ । ଏହା ଅନ୍ୟ କୌଣସି ଦେଶ ତୁଳନାରେ ସର୍ବାଧିକ ବୋଲି ଜଣାପଡିଛି । ପ୍ରାୟ ୬ହଜାରରୁ ଅଧିକ ବ୍ୟକ୍ତି ନୂଆ ଭାବେ ସଂକ୍ରମିତ ହୋଇଛନ୍ତି । ଏ ଯାଏଁ ଇଟାଲୀରେ ୪୭ ହଜାରରୁ ଅଧିକ ଲୋକ କୋଭିଡ ୧୯ରେ ଆକ୍ରାନ୍ତ ହୋଇସାରିଲେଣି ।

ସମ୍ବନ୍ଧିତ ଖବର