ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକା ପ୍ରସ୍ତୁତ କରିଛି ବୋଲି ଇଟାଲିର ଦାବି

ନୂଆଦିଲ୍ଲୀ: ଇଟାଲି ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକା ପ୍ରସ୍ତୁତ କରିଛି ବୋଲି ଦାବି କରିଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହାର ପ୍ରସ୍ତତକର୍ତ୍ତା ହେଉଛି ‘ତାକିସ୍’ ନାମକ ଏକ କମ୍ପାନି।

ରୋମ୍‌ର ସଂକ୍ରମଣ ରୋଗ ଡାକ୍ତରଖାନା ସ୍ପାଲ୍ଲାଞ୍ଜାନି ହସ୍ପିଟାଲ୍‌ରେ ଏହି ଟିକା ପରୀକ୍ଷା କରାଯାଇଥିବା କଥା ମଧ୍ୟ କୁହାଯାଉଛି। ମାନବ ଜୀବକୋଷରେ କାର୍ଯ୍ୟ କରୁଥିବା ମୂଷା ଶରୀରରେ ସୃଷ୍ଟି କରାଯାଇଥିବା ‘ଆଣ୍ଟିବଡ଼ି’ ବା ରକ୍ତ ପୁଷ୍ଟିସାର ଏହି କରୋନାଭାଇରସ୍ ଟିକାରେ ରହିଛି। ସିରିଞ୍ଜ୍‌ରେ ମାଂସପେଶୀ ଫୋଡ଼ାଯାଇ ଏହି ଟିକା ଦିଆଯାଉଛି। ଏହି ଟିକା ଦେବା ଦ୍ବାରା ମାନବ ଶରୀରରେ ଥିବା କରୋନାଭାଇରସ୍ ମରିଯାଉଥିବା କଥା ଦ‌େଳେ ଇଟାଲୀୟ ବୈଜ୍ଞାନିକ ଦାବି କରିଛନ୍ତି।

Image Source: WION

ଏହି ଟିକାକୁ ଆହୁରି ଉନ୍ନତ କରିବାକୁ ‘ତାକିସ୍’ର ସିଇଓ ଲୁଇଗି ଔରିସିଚିଓ ଆନ୍ତର୍ଜାତିକ ସହଯୋଗ ଆଶା କରିଛନ୍ତି। ଫଳରେ ଟିକା ବିକାଶ ପ୍ରକ୍ରିୟା ଦ୍ରୁତତ୍ତର ହୋଇପାରିବ।

ଏଠାରେ ଉଲ୍ଲେଖଯୋଗ୍ୟ କି, ସମ୍ପ୍ରତି ବିଶ୍ବବ୍ୟାପୀ ପ୍ରସ୍ତୁତି ହେଉଥିବା କରୋନାଭାଇରସ୍ ଟିକା ସବୁ ‘ଡିଏନ୍‌ଏ’ ପ୍ରୋଟିନ୍‌ ସ୍ପାଇକ୍ର ଗୁଣସୂତ୍ର ପଦାର୍ଥ ଆଧାରିତ। ଏହି ଟିକା ନେବା ପରେ ପରେ ଅଳ୍ପ ସମୟ ପାଇଁ ବିଜୁଳି ଝଟକା ଖାଇବା ପରି ଲାଗିବ। ଏହି ଟିକା ଫୁସ୍‌ଫୁସ୍ ଜୀବକୋଷରେ ଥିବା ସ୍ପାଇକ୍ ପ୍ରୋଟିନ୍, ଯାହାକୁ କରୋନାଭାଇରସ୍ ସହଜରେ ଆକ୍ରାନ୍ତ କରିପାରେ ତାହାର ସୁରକ୍ଷା କରିବ।

 

 

ସମ୍ବନ୍ଧିତ ଖବର