ଇଟାଲିରେ କରୋନାଭାଇରସ୍ ପ୍ରକୋପ: ଗୋଟିଏ ଦିନରେ ୬୫୧ଜଣଙ୍କର ମୃତ୍ୟୁ, ସମୁଦାୟ ମୃତ୍ୟୁସଂଖ୍ୟା ୫,୪୭୬

ରୋମ୍: ରବିବାର ଦିନ ଇଟାଲିରେ ୬୫୧ଜଣଙ୍କର କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁ ହେବା ପରେ ଦେଶର ସମୁଦାୟ ମୃତ୍ୟୁସଂଖ୍ୟା ୫, ୪୭୬ରେ ପହଞ୍ଚିଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି । ଗାଣିତିକ ହିସାବ ଅନୁସାରେ ମୃତ୍ୟୁସଂଖ୍ୟା ୧୩. ୫% ବୃଦ୍ଧି ହୋଇଥିଲେ ମଧ୍ୟ ଶନିବାରର ମୃତ୍ୟୁସଂଖ୍ୟା ଠାରୁ ରବିବାରର ମୃତ୍ୟୁସଂଖ୍ୟା କମ୍ । ଶନିବାର ଦିନ ଇଟାଲିରେ ୭୯୩ଜଣଙ୍କର ମୃତ୍ୟୁ ହୋଇଥିଲା ।

Image Source: The Reuters

ଏହାଛଡ଼ା ଇଟାଲିରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୩, ୫୭୮ରୁ ବୃଦ୍ଧି ପାଇ ୫୯, ୧୩୮ରେ ପହଞ୍ଚିଛି ଥିବା କଥା ସିଭିଲ୍ ପ୍ରୋଟେକସନ ଏଜେନସି କହିଛି । ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରୁ ୭, ୦୨୪ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ୩୦୦୯ଜଣ ଇନଟେନସିଭ କେୟାର ୟୁନିଟରେ ରହିଛନ୍ତି ।

Image Source: Zee News

କରୋନାଭାଇରସରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଲୋମ୍ବାର୍ଡିର ପରିସ୍ଥିତି ତଥାପି ଉଦବେଗଜନକ ରହିଛି । ରବିବାର ସୁଦ୍ଧାରେ ସେଠାରେ ୩, ୪୫୬ଜଣଙ୍କରମୃତ୍ୟୁ ଘଟିଥିବା ବେଳେ ଆହୁରି ୨୭, ୨୦୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର