ସିବିଆଇକୁ ଧକ୍କା, ଅଗଷ୍ଟା ହେଲିକାପ୍ଟର ଦୁର୍ନୀତି ଅଭିଯୁକ୍ତ ଗେରେସାକୁ ପ୍ରତ୍ୟାର୍ପଣ ପାଇଁ ମନାକଲା ଇଟାଲୀ

ନୂଆଦିଲ୍ଲୀ : ୟୁପିଏ ସରକାରଙ୍କ ଅମଳରେ ହୋଇଥିବା ୩୭୨୭ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର କିଣି ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇକୁ ଏକ ଶକ୍ତ ଧକ୍କା ମିଳିଛି । ଏହି କାରବାରରେ ସଂପୃକ୍ତ ଥିବା ଇଟାଲୀୟ ଦଲାଲ କାର୍ଲୋ ଭାଲେଣ୍ଟିନୋ ଗେରୋସାଙ୍କୁ ସିବିଆଇ ହାତରେ ପ୍ରତ୍ୟାର୍ପଣ କରିବାକୁ ଇଟାଲୀ ସରକାର ମନା କରିଦେଇଛନ୍ତି । ଭାରତ ସହିତ କୌଣସି ପ୍ରତ୍ୟାର୍ପଣ ଚୁକ୍ତି ନଥିବାରୁ ଏହା କରାଯାଇପାରିବ ନାହିଁ ବୋଲି ଇଟାଲୀ କହିଛି । ତେବେ ସିବିଆଇ ଏ କ୍ଷେତ୍ରରେ ବିଫଳ ହେବା ପରେ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଛି । ଅଗଷ୍ଟା େଓ୍ଵଷ୍ଟଲାଣ୍ଡ
୨୦୧୨ ମସିହାରେ ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ୧୨ଟି ଅତ୍ୟାଧୁନିକ ହେଲିକପ୍ଟର କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ୩୬ଶହ କୋଟି ଟଙ୍କାର ଏହି ହେଲିକପ୍ଟର କିଣା ଦୁର୍ନୀତିର ତଦନ୍ତ ପରେ ଓରସି ଓ ସ୍ପାଗ୍ନୋଲିନିଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପରେ ୨୦୧୪ରେ ଏହି କମ୍ପାନୀ ଚୁକ୍ତି ଖିଲାପ କରି ଭାରତ ସରକାରଙ୍କୁ ଧୋକା ଦେଇଥିବାରୁ ଚୁକ୍ତି ରଦ୍ଦ କରିଦିଆଯାଇଥିଲା। ଅପରପକ୍ଷେ, ଦୁର୍ନୀତି କରିଥିବା ଅଭିଯୋଗରେ ଗିୟୁସେପେ ଓ ବ୍ରୁନୋ ୨୦୧୪ରେ ଗିରଫ ହୋଇଥିଲେ। ତେବେ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନମିଳିବାରୁ ଆଜି ସେମାନଙ୍କୁ ଇଟାଲିର ଅଦାଲତ ଏପରି ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର