୧୮ ହଜାର ଫୁଟ ଉଚ୍ଚରେ ବରଫ ଉପରେ ଯୋଗ କଲେ ଆଇଟିବିପି ଯବାନ, ଜମ୍ମୁରେ ସିଆରପିଏଫ ଯବାନଙ୍କ ଯୋଗ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ପାଳନ କରୁଛି ଅନ୍ତର୍ଜାତୀୟ ଯୋଗ ଦିବସ । କରୋନା ସଂକଟ ଯୋଗୁଁ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ ଭିନ୍ନ ଭାବେ କରାଯାଉଛି । ଆୟୁଷ ମନ୍ତ୍ରାଳୟ ଅନୁସାରେ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ହେଉଛି ବିଶ୍ୱ ଯୋଗ ଦିବସ । ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜନେତା ଯୋଗ କରୁଥିବାର ଫଟୋ ସାମ୍ନାକୁ ଆସିଛି | ଏହା ସହ ଦେଶର ସୁରକ୍ଷା ପାଇଁ ମୁତୟନ ହୋଇଥିବା ସେନା ଯବାନମାନେ ମଧ୍ୟ ଯୋଗ କରିଥିବା ଦେଖାଯାଇଛି |

ହିମାଳୟର ଉଚ୍ଚ ପାହାଡ ଘାଟି ଉପରେ ଦେଶର ବୀର ଯବାନମାନେ ଯୋଗ କରିଥିବା ଦେଖାଯାଇଛି। ବିଶ୍ୱ ଯୋଗ ଦିବସ ଅବସରରେ ଲଦାଖର ଉଚ୍ଚ ପାହାଡ ଉପରେ ଏକାଠି ହୋଇ ଯୋଗ କରିଛନ୍ତି ଆଇଟିବିପି ଯବାନ। ଦେଶର ସୁରକ୍ଷା ସହ ନିଜକୁ ସୁସ୍ଥ ଓ ନିରୋଗ ରହିବାର ବାର୍ତା ପ୍ରଦାନ କରିଛି ଆଇଟିବିପି ଯବାନଙ୍କ ଯୋଗ । ସମୁଦ୍ର ପତ୍ତନରୁ ୧୮ ହଜାର ଫୁଟ ଉପରେ ଏହି ଯୋଗ କରାଯାଇଛି । ମାଇନସ୍ ୫ ଡିଗ୍ରୀ ତାପମାତ୍ରାରେ ଯବାନମାନେ ଯୋଗ କରିଛନ୍ତି ।

ସେହିଭଳି ବିଶ୍ୱ ଯୋଗ ଦିବସରେ ଜମ୍ମୁ-କଶ୍ମୀରରେ ଯୋଗ କରିଛନ୍ତି ସିଆରପିଏଫ୍ ଯବାନ। ଏକାଠି ସାମାଜିକ ଦୂରତା ରକ୍ଷା କରି ଯବାନମାନେ ଯୋଗ କରିଛନ୍ତି । ଯାହାର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ସମ୍ବନ୍ଧିତ ଖବର