ନୂଆଦିଲ୍ଲୀ: ଆଜି ଭାରତ ସମେତ ସମଗ୍ର ବିଶ୍ୱରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରୁ ଲୋକମାନେ ଯୋଗ ଅଭ୍ୟାସ ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ସେପଟେ ଜମ୍ମୁ-କଶ୍ମୀରର ଏକ ଭିଡିଓ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଏକ କୁକୁର ଯୋଗ କରୁଥିବା ଦେଖିବାକୁ ମିଳୁଛି। ଏହି ଭାଇରାଲ ଭିଡିଓଟି ଜମ୍ମୁ-କଶ୍ମୀରର ଉଧମପୁରର ପ୍ରନୁ କ୍ୟାମ୍ପର, ଯେଉଁଠାରେ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି)ର ଏକ ପ୍ରଶିକ୍ଷିତ କୁକୁର ଆଇଟିବିପି ଯବାନଙ୍କ ସହ ଯୋଗ କରୁଥିବାର ଦେଖିବାକୁ ମିଳିଛି।
#WATCH | Canine member of the dog unit of ITBP (Indo-Tibetan Border Police) along with ITBP personnel performs Yoga at Pranu Camp in Udhampur, J&K#9thInternationalYogaDaypic.twitter.com/Emz1ixjt0X
— ANI (@ANI) June 21, 2023
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଭଳି ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସୁଛି, ଯେଉଁଥିରେ କିଛି ଲୋକ ଘରେ ଯୋଗ କରି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛନ୍ତି ଏବଂ କିଛି ଲୋକ ମରୁଭୂମି ଓ ପର୍ବତ, ଏପରିକି ପାଣିରେ ମଧ୍ୟ ଯୋଗ କରୁଛନ୍ତି। ସେପଟେ ଜମ୍ମୁ-କଶ୍ମୀରର ଉଧମପୁରରେ ଆଇଟିବିପି ଯବାନଙ୍କ ସହ ଏକ କୁକୁରକୁ ଯୋଗ କରୁଥିବା ଦେଖିବାକୁ ମିଳିଛି। ଏହି କୁକୁର ଯୋଗ କରୁଥିବାର ଭିଡିଓ ଭାଇରାଲ ହେବାସହ ଲୋକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ଏଏନଆଇ ନ୍ୟୁଜ୍ ଏଜେନ୍ସି ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରିଛି, ଯାହାକୁ ଏପର୍ଯ୍ୟନ୍ତ ୫୪ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।
ଯୋଗ ଓ ଧ୍ୟାନର ଉପକାରିତା ବିଷୟରେ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି 'ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ' । ବସୁଧୈବ କୁଟୁମ୍ବକମ୍ ର ଅର୍ଥ ହେଉଛି ପୃଥିବୀ ହେଉଛି ଏକ ପରିବାର। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ଦେଶରେ ଯୋଗର ବିଭିନ୍ନ ରୂପ ଦେଖିବାକୁ ମିଳିଛି।