୭୨ ବର୍ଷରେ ‘ଆଇଟିସି’ର ଚେୟାର୍‌ମ୍ୟାନ୍‌ ଓ୍ଵାଇ ସି ଦେବେଶ୍ୱରଙ୍କର ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ରୋଗାକ୍ରାନ୍ତ ରହିବା ପରେ ଶନିବାର ଦିନ ‘ଆଇଟିସି’ ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ମ୍ୟାନ୍‌ ଓ ସିଇଓ ଓ୍ଵାଇ ସି ଦେବେଶ୍ୱରଙ୍କର ୭୨ ବର୍ଷ ବୟସରେ ଗୁରୁଗ୍ରାମସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି।

ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ସେ ‘ଆଇଟିସି’ର ମୁଖ୍ୟ ହୋଇ ରହିଥିଲେ। ତାଙ୍କର ପତ୍ନୀ ଓ ପୁତ୍ର ଅଛନ୍ତି।

୨୦୧୭ରେ ସେ କାର୍ଯ୍ୟନିର୍ବାହୀ ଭୂମିକାରୁ ଓହରି ଯାଇଥିଲେ ବି ଦେବେଶ୍ୱର ଆଇଟିସିର ଜଣେ ନନ୍‌-ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ମ୍ୟାନ୍‌ ଥିଲେ।

‘ଆଇଟିସି’ର େଓ୍ଵବ୍‌ସାଇଟ୍‌ ଅନୁସାରେ, ଏପ୍ରିଲ୍‌ ୧୧, ୧୯୮୪ ମସିହାରେ ଓ୍ଵାଇ ସି ଦେବେଶ୍ୱରଙ୍କୁ ‘ଆଇଟିସି’ର ବୋର୍ଡ ଅଫ୍‌ ଡିରେକ୍ଟର୍ସରେ ନିଯୁକ୍ତି ମିଳିଥିଲା। ଜାନୁଆରି ୧ ତାରିଖ ୧୯୯୬ରେ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଆଣ୍ଡ୍‌ ଚେୟାର୍‌ମ୍ୟାନ୍‌ ହୋଇଥିଲେ।

ସେ ଆଇଆଇଟି-ଦିଲ୍ଲୀ ଏବଂ ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲ୍‌ରେ ଅଧ୍ୟୟନ କରିଥିଲେ।

ସେ ଭାରତୀୟ ରିଜର୍ବ ବ୍ୟାଙ୍କ୍‌ର ନିର୍ଦେଶକ ମଣ୍ଡଳୀରେ କାମ କରିବା ସହ ନେସ୍‌ନାଲ୍‌ ଫାଉଣ୍ଡେସନ୍‌ ଫର୍‌ କୋପରେଟିଭ୍‌ ଗଭର୍ଣ୍ଣାନ୍‌ସ୍‌ର ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର