୧୫୦ କୋଟି ଟଙ୍କାର କୋଭିଡ୍ କଂଟିଜେନ୍ସି ଫଣ୍ଡ୍ ଗଠନ କଲା ଆଇଟିସି

ନୂଆଦିଲ୍ଲୀ:  ସମ୍ପ୍ରତି କୋଭିଡ୍-୧୯ ଭାରତରେ ମହାମାରୀ ଭଳି ସଙ୍କଟ ସୃଷ୍ଟି କରିଥିବା ବେଳେ କର୍ପୋରେଟ ଦାୟିତ୍ୱ ବୋଧ ଅନ୍ତର୍ଗତ ଆଇଟିସି ପକ୍ଷରୁ ୧୫୦କୋଟି ଟଙ୍କାର କୋଭିଡ୍ କଂଟିଜେନ୍ସି ଫଣ୍ଡ ଗଠନ କରାଯାଇଛି । ସମାଜର ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାଲାଗି ଆଇଟିସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଇଟିସିର ‘ନେଶନ୍ ଫାଷ୍ଟ-ସବ୍ ସାଥ୍ ବଢ଼େ’ ପ୍ରତିଶ୍ରୁତି ଆଧାରରେ ଏହା କରାଯାଇଛି । ସରକାରଙ୍କ ସହିତ ମିଳିତ ଭାବେ ଏହି ସଙ୍କଟଜନକ ସ୍ଥିତିର ମୁକାବିଲା ଲାଗି ଆଇଟିସି ଉଦ୍ୟମ ଆରମ୍ଭ କରିଛି।

ଏହି ଅବସରରେ ଆଇଟିସି ଲିମିଟେଡ଼ର ଅଧକ୍ଷ ଶ୍ରୀ ସଂଜୀବ ପୁରି କହିଛନ୍ତି, ଦେଶର ଏହି ପ୍ରତିକୂଳ ପରିସ୍ଥିତିରେ ସମାଜର ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ଲାଗି ଆଇଟିସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ମହାମାରୀ ସମୟରେ ମଧ୍ୟ ସେମାନଙ୍କ ଜୀବନଜୀବିକା ଉପରେ କୌଣସି ପ୍ରଭାବ ଯେପରି ନପଡ଼ିବ ସେଥିଲାଗି ଉଦ୍ୟମ ଜାରି ରହିଛି । ଏହା ସହିତ ଜିଲ୍ଲା ଅଧିକାରୀଙ୍କ ସହଯୋଗରେ ଏହି ଫଣ୍ଡ୍ ଦ୍ୱାରା ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ହେଲଥ୍ କେୟାର ଇକୋ-ସିଷ୍ଟମକୁ ଆବଶ୍ୟକ ଆର୍ଥିକ ସହାୟତା ଉପଲବ୍ଧ କରାଯିବ । ଏଭଳି ସ୍ଥିତିରେ ସମାଜର ପ୍ରଭାବିତ ଗୋଷ୍ଠୀଙ୍କ ପାଖରେ ଔଷଧ, ଗ୍ରୋସରୀ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା କାର୍ଯ୍ୟରେ ନିୟୋଜିତ ଥିବା କୋଭିଡ୍-ଯୋଦ୍ଧାଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ପରିମଳ ଉତ୍ପାଦ ମଧ୍ୟ ଯୋଗାଇ ଦିଆଯିବ ।

Sanjiv Puri takes over as ITC chairman, inherits rich legacy
DNA India

ଏଭଳି ସଙ୍କଟଜନକ ସ୍ଥିତିରେ ଦେଶରେ ସମସ୍ତଙ୍କ ପାଖରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଏବଂ ସ୍ୱଚ୍ଛତା ଉତ୍ପାଦ ଯୋଗାଇଦେବା କଷ୍ଟକର । ତେବେ ଆଇଟିସି ପକ୍ଷରୁ ରାଜ୍ୟ କର୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ କରାଯାଇ ନିରନ୍ତର ଭାବେ ସମାଜର ପ୍ରଭାବିତ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଯିବାର ପ୍ରୟାସ କରାଯାଉଛି । ସେହିପରି ଏହି ମହାମାରୀର ମୁକାବିଲା ପାଇଁ ଆଇଟିସି ପକ୍ଷରୁ ଆଇସୋଲେଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।

ସମ୍ବନ୍ଧିତ ଖବର