ଦନ୍ତକାନ୍ତି ଟୁଥପେଷ୍ଟ ପ୍ୟାକେଟରେ କୁଣ୍ଡିଆ ଔଷଧ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଦନ୍ତକାନ୍ତି ଟୁଥପେଷ୍ଟ ପ୍ୟାକେଟରୁ କୁଣ୍ଡିଆ ଔଷଧ ବାହାରିଛି।

ସୂଚନାମୁତାବିକ: ଅଂଶୁ କଦମ୍‌ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଦୋକାନରୁ ପତଞ୍ଜଳି ଦନ୍ତକାନ୍ତି ଟୁଥପେଷ୍ଟ୍‌ କଣିଥିଲେ। ତେବେ ଘରକୁ ଆଣି ଖୋଲିବା ପରେ ଏକ ଅଜବ ପ୍ରକାର ପେଷ୍ଟ ଏହା ଭିତରୁ ବାହାରିଲା । ଜାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଏହା ଟୁଥପେଷ୍ଟ ନୁହେଁ କୁଣ୍ଡିଆ ଔଷଧ । ଏହି ଘଟଣା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଂଶୁ ଅଭିଯୋଗ ମଧ୍ୟ କରିଥିଲେ ।

ପତଞ୍ଜଳୀକୁ ନେଇ ବିବାଦ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ପତଞ୍ଜଳି ବିସ୍କୁଟରେ ସିନ୍ଥେଟିକ୍‌ ରଙ୍ଗ ଏବଂ ମହୁରେ ଚିନି ମିଶାଯାଉଥିବା ନେଇ ଅଭିଯୋଗ ଆସିଥିଲା । ଲକ୍ଷ୍ମୌର ଏକ ଲ୍ୟାବରେ ଟେଷ୍ଟ୍‌ ହେବା ପରେ ଏହି ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଥିଲା । ତେବେ ଏନେଇ କମ୍ପାନିକୁ ନୋଟିସ୍‌ ଦିଆଯିବ ବୋଲି କହିଥିଲେ ଜିଲ୍ଲା ଅଧିକାରୀ ।

ସମ୍ବନ୍ଧିତ ଖବର