ଜେଲ୍‌ ମଧ୍ୟରେ କୁଳଭୂଷଣଙ୍କୁ ସାକ୍ଷାତ କରିବେ ମାଆ ଓ ପତ୍ନୀ, ପାକିସ୍ତାନ କୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସହ ଡିସେମ୍ବର ୨୫ ତାରିଖରେ ମାଆ ଏବଂ ପତ୍ନୀଙ୍କ ସହ ସାକ୍ଷାତ ପାଇଁ ପାକିସ୍ତାନ ଅନୁମତି ପ୍ରଦାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏ ସଂପର୍କରେ ଟୁଇଟ୍‌ ଜରିଆରେ ସୂଚୀତ କରିଛନ୍ତି‘ ପାକିସ୍ତାନ ସରକାର ଅବଗତ କରାଇଛନ୍ତି ଯେ ସେ କୁଳଭୂଷଣଙ୍କ ମାଆ ଏବଂ ପତ୍ନୀଙ୍କୁ ପାକିସ୍ତାନ ଯିବା ପାଇଁ ଭିସା ପ୍ରଦାନ କରିବେ। ଆମେ ପାକିସ୍ତାନରେ ସେମାନଙ୍କୁ ସୁରକ୍ଷା ଏବଂ ନିରାପତ୍ତା ସଂପର୍କରେ ମଧ୍ୟ ଚିନ୍ତିତ।’ ସୁଷମା ପାକିସ୍ତାନ ପ୍ରଦାନ କରିଥିବା ଅନୁମତି ସଂପର୍କରେ କୁଳଭୂଷଣଙ୍କ ମାଆ ଅବନ୍ତିକାକୁ ଆଶ୍ୱସ୍ତିି ଦେଇ କହିଛନ୍ତି ଖୁବ୍‌ ଶୀଘ୍ର ସେ ତାଙ୍କ ପୁଅକୁ ଭେଟିବାର ସୁଯୋଗ ପାଇବେ।

 

ଉଲ୍ଲେଖଯୋଗ୍ୟ, ରିସର୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ଵିଙ୍ଗ୍‌(RAW-ର) ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ସନ୍ଦେହ କରି ପାକିସ୍ତାନ ୨୦୧୬ ମସିହା ମାର୍ଚ ମାସରେ ବେଲୁଚିସ୍ତାନଠାରେ ଯାଦବଙ୍କୁ ଗିରଫ କରିଥିଲା। ଚଳିତବର୍ଷ ଏପ୍ରିଲ୍‌ ୧୦ ତାରିଖରେ ପାକିସ୍ତାନୀ ମିଲିଟାରି କୋର୍ଟ ଯାଦବଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ମାତ୍ର ପାକିସ୍ତାନୀ କୋର୍ଟଙ୍କର ଏହି ନିଷ୍ପତ୍ତିକୁ ଭାରତ ବିରୋଧ କରିଛି। ମେ ମାସ ୧୮ ତାରିଖରେ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜି) ଉଭୟ ପକ୍ଷର କଥା ଶୁଣିବା ପରେ କୁଳଭୂଷଣଙ୍କ ଦଣ୍ଡ ଶୁଣାଣି ଉପରେ ରହିତାଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର