କରୋନା କେବଳ ଏକ ରୋଗ ନୁହେଁ, ଏହା ଆମେରିକା ଉପରେ ଆକ୍ରମଣ : ଟ୍ରମ୍ପ

ଓ୍ୱାସିଂଟନ : କରୋନା ଭାଇରସକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଚୀନ ବିରୁଦ୍ଧରେ ନିଜର ସ୍ୱରକୁ ଦିନକୁ ଦିନ ଅଧିକ ଶାଣିତ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ  ଟ୍ରମ୍ପ । ଆଜି ସେ କହିଛନ୍ତି ଯେ କରୋନା କେବଳ ଏକ ମହାମାରୀ ନୁହେଁ, ଏହା ଆମେରିକା ଉପରେ ଏକ ଆକ୍ରମଣ ସଦୃଶ । ସେ କହିଛନ୍ତି ଯେ ଚୀନ ଏହି ଭାଇରସ ସମ୍ପର୍କରେ ପୂର୍ବରୁ ହିଁ ଆମେରିକାକୁ ଚେତେଇ ଦେବାର ଥିଲା । କିନ୍ତୁ ଜାଣିଶୁଣି ଚୀନ ଏହା କରିନାହିଁ ।

କିଛିଦିନ ତଳେ ଟ୍ରମ୍ପ କହିଥିଲେ ଯେ କରୋନା ଭାଇରସ ଯଦି ଚୀନର ଏକ ପରୀକ୍ଷାଗାରରୁ ଆସିଥାଏ ତେବେ ତାହାର ପରିଣାମ ଭୋଗିବାକୁ ଚୀନ ପ୍ରସ୍ତୁତ ରହିବା ଆବଶ୍ୟକ । ପୂର୍ବରୁ ମଧ୍ୟ ସେ କରୋନା ଭାଇରସକୁ ବାରମ୍ବାର ଉହାନ ଭାଇରସ କହି ବିବାଦ ସୃଷ୍ଟି କରିଥିଲେ । ଚୀନ ହିଁ ଏହି ଭାଇରସ ପାଇଁ ଦାୟୀ ବୋଲି ସେ କହିଛନ୍ତି । କିନ୍ତୁ କରୋନା ଭାଇରସକୁ ଉହାନ ଭାଇରସ କହିବାକୁ ଚୀନ ଆପତ୍ତି ଉଠାଉଛି । ଉହାନ ଭାଇରସ କହିବା ଏକ ଭେଦଭାବ ବୋଲି ଚୀନ କହୁଛି ।
କରୋନ କୁ ନେଇ ଚୀନ ବିରୁଦ୍ଧରେ ଆମେରିକା ସମେତ ସମଗ୍ର ବିଶ୍ୱରେ ଜନ ଅସନ୍ତୋଷ ବଢିଚାଲିଛି । ଚୀନ ସହିତ ସଂପର୍କ ଛିନ୍ନ କରିବାକୁ ବିଭିନ୍ନ ଦେଶର ନେତାମାନେ ଆହ୍ୱାନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର