ଏଣିକି କାର ଋଣ ନେବା ହେଲା ସହଜ, ମାତ୍ର ଅଧଘଣ୍ଟାରେ କାର ଋଣ ଦେଉଛି ଏହି ବ୍ୟାଙ୍କ

ନୂଆଦିଲ୍ଲୀ: ଏଣିକି ଗ୍ରାହକ ମାନେ କାର ଋଣ ପାଇଁ ଆଉ ଅସୁବିଧାର ସମ୍ମୁଖୀନ ହେବେନାହିଁ । ବେସରକାରୀ ବ୍ୟାଙ୍କମାନଙ୍କ ମଧ୍ୟରୁ ସବୁଠୁ ବଡ଼ ବ୍ୟାଙ୍କ କୁହାଉଥିବା ଏଚଡିଏଫସି ବ୍ୟାଙ୍କ ଏବେ କାର ଋଣ ପାଇଁ ଏକ ନୂଆ ସେବା ଆଣିଛି । ଏହି ସେବା ସମ୍ପୂର୍ଣ୍ଣ ଭାବରେ ଅନଲାଇନ ଦ୍ବାରା ହୋଇପାରିବ । ମାତ୍ର ଅଧଘଣ୍ଟା ମଧ୍ୟରେ ଏହାର ସମସ୍ତ ପ୍ରକ୍ରିୟା ପରେ ଗ୍ରାହକଙ୍କୁ ତାଙ୍କ ମନପସନ୍ଦର କାର କିଣିବାରେ ତାଙ୍କୁ ସୁବିଧା କରିଦେଉଛି । ଏଚଡିଏଫସି ବ୍ୟାଙ୍କ ଭାରତର ପ୍ରଥମ ବ୍ୟାଙ୍କ ଯିଏ ଏଭଳି ସୁବିଧା ଗ୍ରାହକଙ୍କୁ ଦେଉଛି। ତବେ ବ୍ୟାଙ୍କ ଏଭଳି ଋଣ ଦେଉଛି ଯେତେବେଳେ ଦେଶରେ ଡିଜିଟାଲ ବାଣିଜ୍ୟର ପ୍ରସାର ଅଧିକ।

ଗୋଟେ ଦୃଷ୍ଟିରୁ ଦେଖିଲେ ଏହା ବ୍ୟାଙ୍କ ପାଇଁ ଲାଭଦାୟକ ସମୟ ଅଟେ । ବ୍ୟାଙ୍କ ଏହି କାର ଋଣର ନାମ ଏକ୍ସପ୍ରେସ୍ରେ କାର ଋଣ ରଖିଛି। ଏହି ନାମ ପଛରେ ରହିଛି ଏକ  ବିଶେଷ କଥା । ମାତ୍ର ତିରିଶି ମିନିଟରେ ମିଳି ପାରୁଛି ଋଣ । ବର୍ତ୍ତମାନ ଏହାର ସମୟ ସୀମା ଆଡଚାଳିଶି ଘଣ୍ଟାରୁ ବାସ୍ତୋରି ଘଣ୍ଟା ସମୟ ଲାଗୁଛି। ସେପଟେ ବ୍ୟାଙ୍କ ୨ଚକିଆ ଯାନର ଋଣ ପାଇଁ ପ୍ରସ୍ତୁତି ଚାଲିଥବା କହିଛି ବ୍ୟାଙ୍କ । ବ୍ୟବସାୟିକ ତଥ୍ୟ କହୁଛି ବ୍ୟାଙ୍କ ପ୍ରଥମେ ଗୃହ ଋଣ , କାର ଋଣ ଉପରେ ବେଶୀ ଗୁରୁତ୍ୱ ଦେଇଛି । ତେବେ ଏହି ଆର୍ଥିକ ବର୍ଷ ପରେ ଅନଲାଇନ ମାଧ୍ୟମରେ ୨ଚକିଆ ଗାଡି ଋଣ ଦେବା ନେଇ ପ୍ରସ୍ତାବ ରଖିଛି।  ବ୍ୟାଙ୍କ ଏହି ସୁବିଧା ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛି।। ଦେଶର ବିଭିନ୍ନ ସହରରେ ଉପଲବ୍ଧ ହେବାକୁ ଯାଉଛି। ସେପଟେ ବ୍ୟାଙ୍କ କହୁଛି ଛାତ୍ର କିଣିବାକୁ ଇଚ୍ଛା ରଖିଥିବା ନବେ ପ୍ରତିଶତ ଲୋକ ଅନଲାଇନରେ କିଣିବାକୁ ପ୍ରସ୍ତୁତି କରିଛନ୍ତି।

ସମ୍ବନ୍ଧିତ ଖବର