ନୂଆଦିଲ୍ଲୀ: ଦେଶରେ ଲୋକପ୍ରିୟ ଥିବା ଡିଜିଟାଲ ପେମେଣ୍ଟ ତଥା ୱାଲେଟ୍ ଆପ୍ ପେଟିଏମ୍କୁ ଗୁଗୁଲ୍ ନିଜ ପ୍ଲେ ଷ୍ଟୋରରୁ ଅପସାରିତ କରିବା ଘଟଣାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ପେଟିଏମ୍ର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ଓ ଗୁଗୁଲ।
ଗୁଗୁଲକୁ ‘ଜଜ୍, ଜୁରି ଏବଂ ଏକଜିକ୍ୟୁଟର’ ବୋଲି ଦର୍ଶାଇ ପେଟିଏମ୍ର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ଆକ୍ଷେପ କରି କହିଛନ୍ତି, ‘ଗୁଗୁଲର ଏ ପ୍ରକାରର ଆଚରଣ ଦେଖି ଲାଗୁଛି ଇଏ ଗୁଗୁଲ୍ ନିର୍ଭର ଭାରତ; ଆତ୍ମନିର୍ଭର ନୁହେଁ!’
ଉଲ୍ଲେଖଯୋଗ୍ୟ, ଗୁଗୁଲ ଏହାର ଜୁଆ ନୀତିର ଉଲ୍ଲଂଘନ କରିଥିବା ଦର୍ଶାଇ ପେଟିଏମର ମୁଖ୍ୟ ଡିଜିଟାଲ ୱାଲେଟ ଆପକୁ ସାମୟିକ ଭାବେ ଏହାର ପ୍ଲେ ଷ୍ଟୋରରୁ ହଟାଇ ଦେଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଗୁଗୁଲ ଓ ପେଟିଏମ୍ ମଧ୍ୟରେ ବିବାଦ ଆରମ୍ଭ ହୋଇଛି।
ଯଦି ‘କ୍ୟାସବ୍ୟାକ୍’କୁ ଗୁଗୁଲ ‘ଜୁଆ’ ବୋଲି କୁହେ ତେବେ ମୋର ସେଥିରେ କିଛି ମନ୍ତବ୍ୟ ଦେବାର ନାହିଁ ବୋଲି କହିଛନ୍ତି ପେଟିଏମ୍ର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା।
ଏଠାରେ ସୂଚନାଯୋଗ୍ୟ, ଭାରତରେ ଡିଜିଟାଲ ପେମେଣ୍ଟ ବ୍ୟବସାୟରେ ପେଟିଏମ୍ ସହିତ ଗୁଗୁଲ୍ ପେ ସିଧାସଳଖ ପ୍ରତିଯୋଗିତାରେ ରହିଛି। ଏପରିସ୍ଥିତିରେ ଆପ୍ ଇକୋସିଷ୍ଟମରେ ଗୁଗୁଲ ନିଜର କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେବେ, ପେଟିଏମ୍ର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମାଙ୍କ ଏପ୍ରକାର ମନ୍ତବ୍ୟ ପରେ ଗୁଗୁଲ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।
‘ଇଏ ଗୁଗୁଲ-ନିର୍ଭର ଭାରତ, ଆତ୍ମ-ନିର୍ଭର ନୁହେଁ’: ପେଟିଏମ୍ ସିଇଓ ବିଜୟ ଶେଖର ଶର୍ମା
/sambad/media/post_attachments/wp-content/uploads/2020/09/paytm-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)