ବିଚାରପତି ନିଯୁକ୍ତ କରିବା ବିଚାରପତିଙ୍କ କାମ ନୁ‌ହେଁ: ଫଲି ନରିମାନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗର ସମାଧାନ ପାଇଁ ପ୍ରମୁଖ ଆଇନ ବିଶେଷଜ୍ଞ ଫଲି ନରିମାନ ଆଜି ଏକ ପ୍ରସ୍ତାବ ଦେଇଛନ୍ତି। ବିଚାରପତି ନିଯୁକ୍ତି ପ୍ରସଙ୍ଗର ସମାଧାନ ପାଇଁ ପ୍ରଧାନ ବିଚାରପତି ଏବଂ ଆଇନ ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ନରିମାନ ପ୍ରସ୍ତାବ ଦେଇଛନ୍ତି। ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ନରିମାନ କହିଛନ୍ତି, ଭେଙ୍କଟଚେଲିଆ କମିସନ୍‌ର ସୁପାରିସ ଆଧାରରେ ଏନ୍‌ଡିଏ ସରକାରର ସମ୍ବିଧାନ ସଂଶୋଧନ ବିଲ୍‌ ୨୦୦୩ରେ ଏହି ସମସ୍ୟାର ସମା‌ଧାନ ସୂତ୍ର ରହିଛି।

ରିଜିଜୁଙ୍କ ଟିପ୍ପଣୀ ଅନାବଶ୍ୟକ
ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଲେ

ଏହି ବିଲ୍‌ରେ ୫ ସଦସ୍ୟ ବିଶିଷ୍ଟ ଜାତୀୟ କମିସନ ଗଠନ ପାଇଁ ପ୍ରସ୍ତାବ ରହିଥିଲା। ଏଥିରେ ସୁପ୍ରିମକୋର୍ଟର ୩ ବରିଷ୍ଠତମ ବିଚାରପତି ରହିବା ପ୍ରସ୍ତାବ ଥିଲା। ତେବେ ବିଚାରପତି ନିଯୁକ୍ତିରେ କଲେଜିୟମ ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି ବୋଲି ନରିମାନ ସ୍ବୀକାର କରିଛନ୍ତି। ନରିମାନ କହିଛନ୍ତି, ବିଚାରପତିଙ୍କୁ ନିଯୁକ୍ତ କରିବା କାର୍ଯ୍ୟ ବିଚାରପତିଙ୍କର ନୁହେଁ।

ବର୍ତ୍ତମାନର ନିଯୁକ୍ତି ଯୋଜନାରେ ଜଣେ ସରକାରୀ ସଦସ୍ୟଙ୍କୁ ରଖିବାପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ନରିମାନ ତାକୁ ସମର୍ଥନ କରିଛନ୍ତି। କିନ୍ତୁ ରିଜିଜୁ କିଛି ଅନାବଶ୍ୟକ ଟିପ୍ପଣୀ ଦେଉଥିବା ନରିମାନ କହିଛନ୍ତି।

ସମ୍ବନ୍ଧିତ ଖବର