୧୨ ବର୍ଷିଅ ବାଳକର ମୃତ୍ୟୁ ପରେ ଲସ୍କର-ଇ-ତେଏବା ବିରୋଧରେ କଶ୍ମୀର ବାସିନ୍ଦାଙ୍କ ପ୍ରତିବାଦର ସ୍ୱର: ଏହା ‘ଧର୍ମ ଯୁଦ୍ଧ’ ନୁହେଁ, ‘ଆମାନୁଷିକ କାର୍ଯ୍ୟ’

ଶ୍ରୀନଗର: ନିଜ ଭଉଣୀର ଇଜ୍ଜତ ବଦଳରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତେଏବା ହାତରେ ଜୀବନ ଦେଇଥିବା ୧୨ ବର୍ଷର ବାଳକ ପାଇଁ କଶ୍ମୀରର ସ୍ଥାନୀୟ ଲୋକଙ୍କ ଭିତରେ ଏବେ ପ୍ରତିବାଦର ସ୍ୱର ଉଠିଛି। ସ୍ଥାନୀୟ ଗ୍ରାମବାସୀମାନେ ଏହା ‘ଧର୍ମ ଯୁଦ୍ଧ’ ନୁହେଁ, ‘ନୃଶଂସ କାର୍ଯ୍ୟ’ ବୋଲି ମତ ରଖିଛନ୍ତି।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍‌ ଜୋର୍‌ ଭାଇରାଲ୍‌ ହେବାରେ ଲାଗିଥିଲା। ସେହି ଭିଡିଓରେ ସ୍ଥାନୀୟ ଗ୍ରାମର ଜଣେ ବୟସ୍କ ଲୋକ ଲସ୍କର-ଇ-ତେଏବାର ଆତଙ୍କବାଦୀ ଅଲ୍ଲି ଆଲିଆସ୍‌ ଫୁରକାନ ଓ ହୁବାଇବକୁ ୧୨ ବର୍ଷର ବାଳକ ଅତିଫ ମିର୍‌କୁ ଛାଡ଼ି ଦେବାକୁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥିଲା।

 

ଶ୍ରୀନଗରରୁ ୩୩ କିଲୋମିଟର ଦୂରରେ ଥିବା ଏହି ବାଳକର ଘରକୁ ପଶି ଆତଙ୍କବାଦୀମାନେ ତା’ ଭଉଣୀ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାତ୍ର ପରିବାର ଲୋକ ଝିଅଟିକୁ ବାହାରକୁ ପଳାଇବା ପାଇଁ ସାହାଯ୍ୟ କରିବା ପରେ ୧୨ ବର୍ଷର ନାବାଳକୁ ଟେକି ନେଇ ଯାଇଥିଲେ ଆତଙ୍କବାଦୀ।

ସେତିକ ନୁହେଁ, ସେମାନେ ପରିବାର ଲୋକଙ୍କୁ ମାରଧର ବି କରିଥିଲେ। କାନ୍ଦ ସ୍ୱର ଶୁଣି ସ୍ଥାନୀୟ ଲୋକ ଧାଇଁ ଆସିବା ସହ ପୁଲିସ୍‌ରେ ଖବର ଦେଇଥିଲେ। ପୁଲିସ୍‌ ଆସି ନାବାଳକର ବାପାମାଆଙ୍କୁ ଉଦ୍ଧାର କରିଥିଲେ ବି ନାବାଳକ ଜଣକ ଆତଙ୍କବାଦୀଙ୍କ କବଳରେ ରହି ଯାଇଥିଲା।

ପିଲାଟିକୁ ଛାଡ଼ି ଦେବା ପାଇଁ ପ୍ରଥମେ ଆତଙ୍କବାଦୀଙ୍କୁ ଗ୍ରାମ ମୁଖିଆ କହିଥିଲେ। ମାତ୍ର ସେମାନେ ପିଲାଟିକୁ ଛାଡ଼ି ନଥିଲେ। ପରବର୍ତ୍ତୀ ସମୟରେ ପିଲାଟିର ଜୀବନ ଚାଲିଯାଇଥିଲା।

ସମ୍ବନ୍ଧିତ ଖବର