ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ବିଜୟୀ ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜର ପରାଜୟ ସ୍ବୀକାର କରିବାର ସମୟ ଆସିଯାଇଛି ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା କହିଛନ୍ତି। ସୂଚନାଯୋଗ୍ୟ, ବାଇଡେନ୍ଙ୍କ ବିଜୟକୁ ଟ୍ରମ୍ପ୍ ସ୍ବୀକାର କରୁନଥିବା ବେଳେ ବାଇଡେନ୍ ତାଙ୍କ ବିଜୟକୁ ହଡ଼ପ କରି ନେଇଯାଇଛନ୍ତି ବୋଲି ଟ୍ରମ୍ପ୍ କହି ଆସୁଛନ୍ତି। ଆମେରିକାର ମୋଟ ୫୩୮ ଇଲେକ୍ଟୋରାଲ୍ କଲେଜ ଭୋଟ୍ ମଧ୍ୟରୁ ବାଇଡେନ୍ ରେକର୍ଡ ୩୦୬ ଭୋଟ୍ ହାସଲ କରି ବିଜୟୀ ହୋଇଛନ୍ତି। ବାଇଡେନ୍ଙ୍କ ଏଭଳି ବିପୁଳ ବିଜୟକୁ ଟ୍ରମ୍ପ୍ ଗ୍ରହଣ କରିବା ସହ ତାଙ୍କ ପରାଜୟ ସ୍ବୀକାର କରିବାର ସମୟ ଆସିଯାଇଛି ବୋଲି ଓବାମା କହିଛନ୍ତି।
ଟ୍ରମ୍ପ୍ଙ୍କ ପାଇଁ ପରାଜୟ ସ୍ବୀକାର ସମୟ ଆସିଯାଇଛି: ଓବାମା
/sambad/media/post_attachments/wp-content/uploads/2020/07/obama.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)