ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଝିଅ ଆଇଓ୍ଵାଙ୍କା ଆଜି ପ୍ରତ୍ୟୁଷରେ ଟୁଇଟ୍ କରି ଦୀପାବଳି ପାଳନକାରୀଙ୍କୁ ସୁଭେଚ୍ଛା ଜଣାଇ କହିଛନ୍ତି ଆସନ୍ତା ମାସରେ ସେ ଭାରତ ଗସ୍ତରେ ଯିବାକୁ ଚାହିଁ ବସିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ମାସରେ ଆମେରିକା ଗସ୍ତରେ ଥିବାବେଳେ ନଭେମ୍ବର ମାସରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ୍ ଏଣ୍ଟର୍ପ୍ରେନୁଅର୍ସିପ୍ ଶିଖର ବୈଠକକୁ ଟ୍ରମ୍ପ୍ଙ୍କ ଝିଅଙ୍କୁ ଆମନ୍ତ୍ରଣ କରିଥିଲେ। ସେ ନିମନ୍ତ୍ରଣ ରକ୍ଷା କରିଥିଲେ।
/sambad/media/post_attachments/wp-content/uploads/2017/10/Ivanka-Trump-Reu-300x200.jpg)
Photo Courtesy of The Financial Express
ଟୁଇଟ୍ରେ ଆଇଓ୍ଵାଙ୍କା ଲେଖିଛନ୍ତି: ବିଶ୍ୱର ସମସ୍ତ ହିନ୍ଦୁ, ଶିଖ୍ ଏବଂ ଜୈନମାନଙ୍କୁ ଆନନ୍ଦମୟ ଦୀପାବଳି କାମନା କରୁଛି। ସମସ୍ତଙ୍କୁ ଏ ବର୍ଷର ଶୁଭେଚ୍ଛା! ଜିଇଏ୨୦୧୭ ନିମନ୍ତେ ମୋର ଭାରତ ଗସ୍ତକୁ ଚାହିଁ ବସିଛି। ଜିଇଏ୨୦୧୭ ଶିଖର ବୈଠକରେ ଯୋଗ ଦେବାକୁ ଆସି ସେ ହାଇଦ୍ରାବାଦରେ ଦୁଇ ଦିନ ରହିବେ। ନଭେମ୍ବର ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେ ଉଦ୍ଘାଟନୀ ଉତ୍ସବରେ ଅଭିଭାଷଣ ଦେବେ।
ଦୁଇ ଦିନ ତଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ଙ୍କ ସହ ଓଭାଲ ଅଫିସ୍ରେ ଦୀପାବଳି ପାଳନରେ ଯୋଗ ଦେଇଥିଲେ ଆଇଓ୍ଵାଙ୍କା। ଜାତିସଂଘ ପ୍ରତି ରାଷ୍ଟ୍ରଦୂତ ନିକ୍କି ହେଲି ଏବଂ ସେଣ୍ଟର୍ ଫର୍ ମେଡିକେୟାର୍ ଏବଂ ମେଡିକେଡ୍ ସର୍ଭିସେସ୍ର ପ୍ରଶାସିକା ସୀମା ବର୍ମାଙ୍କ ସମେତ ପ୍ରଶାସନର ବରିଷ୍ଠ ଆମେରିକୀୟ-ଭାରତୀୟ ସଦସ୍ୟ ଟ୍ରମ୍ପ୍ଙ୍କ ସହ ଯୋଗ ଦେଇଥିଲେ। ୟୁଏସ୍ ଫେଡ଼େରାଲ୍ କମ୍ୟୁନିକେସନ୍ସ୍ କମିସନ୍ର ଚେୟାର୍ମ୍ୟାନ୍ ଅଜିତ ପାଇ ଏବଂ ପ୍ରିନ୍ସିପାଲ୍ ଡେପୁଟି ପ୍ରେସ୍ ସେକ୍ରେଟାରି ରାଜ ଶାହା ମଧ୍ୟ ଦୀପାବଳି ଉତ୍ସବରେ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2017/10/ivanka-trump-diwali-celebrations_650x400_71508382961-300x185.jpg)
ଗତ ବର୍ଷ ଦୀପାବଳି ଅବସରରେ ଆଇଓ୍ଵାଙ୍କା ଭର୍ଜିନିଆ ଏବଂ ଫ୍ଲୋରିଡାସ୍ଥିତ ହିନ୍ଦୁ ମନ୍ଦିରମାନଙ୍କୁ ଯାଇଥିଲେ।
ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଓଭାଲ୍ ଅଫିସ୍ରେ ଦୀପ ପ୍ରଜ୍ଜ୍ୱଳନ କରି ଦୀପାବଳି ଉତ୍ସବ ଆରମ୍ଭ କରିଥିଲେ। ଆମେ ମଧ୍ୟ ଦୀପାବଳି ପାଳନ କରୁ, ବିଶେଷ କରି ଆମେ ବିଶ୍ୱର ସର୍ବ ବୃହତ୍ ଗଣତନ୍ତ୍ରର ନିର୍ମାତା, ହିନ୍ଦୁ ଧର୍ମର ଉତ୍ସ, ଭାରତୀୟ ଜନଗଣଙ୍କୁ ସ୍ମରଣ କରୁ ବୋଲି ଟ୍ରମ୍ପ୍ ଏକ ଫେସ୍ବୁକ୍ ପୋଷ୍ଟ୍ରେ କହିବା ସହ ଓଭାଲ୍ ଅଫିସ୍ ମଧ୍ୟରେ ତାଙ୍କ ଦ୍ୱାରା ପାଳିତ ଦୀପାବଳୀର ଭିଡିଓ ମଧ୍ୟ ପୋଷ୍ଟ୍ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଅତି ଦୃଢ଼ ସମ୍ପର୍କକୁ ସେ ଖୁବ୍ ଗୁରୁତ୍ୱ ଦିଅନ୍ତି ବୋଲି ଟ୍ରମ୍ପ୍ କହିଥିଲେ।
ହ୍ଵାଇଟ୍ ହାଉସ୍ରେ ଦୀପାବଳି ପାଳନ ପରମ୍ପରା ପ୍ରଥମେ ରାଷ୍ଟ୍ରପତି ଜର୍ଜ ବୁସ୍ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।
/sambad/media/post_attachments/wp-content/uploads/2017/10/maxresdefault-5-300x169.jpg)
ତାଙ୍କ ଅମଳରେ ହ୍ଵାଇଟ୍ ହାଉସ୍ ପରିସରର ଅଂଶ, ଇଣ୍ଡିଆ ଟ୍ରିଟି ରୁମ୍ ପାଖ କୋଠାରେ ଅଧିକାଂଶ ଥର ପାଳନ କରାଯାଉଥିଲା।
ବୁସ୍ ବ୍ୟକ୍ତିଗତ ଭାବେ କେବେ ହେଲେ ହ୍ଵାଇଟ୍ ହାଉସ୍ ଦୀପାବଳିରେ ଭାଗ ନେଇ ନ ଥିଲେ।
ନିଜ ରାଷ୍ଟ୍ରପତିତ୍ୱର ପ୍ରଥମ ବର୍ଷ ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ହ୍ଵାଇଟ୍ ହାଉସ୍ର ପୂର୍ବଦିଗସ୍ଥିତ କୋଠରିରେ ଆଳଙ୍କାରିକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ୨୦୧୬ରେ ନିଜ କାର୍ଯ୍ୟକାଳ ଶେଷ ବର୍ଷ ଓବାମା ପ୍ରଥମ ଥର ଲାଗି ଓଭାଲ୍ ଅଫିସ୍ରେ ଆଲୋକ ପର୍ବ ପାଳନ କରିଥିଲେ।