ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଇଭାଙ୍କାଙ୍କ ପତ୍ର:ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଲେ

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ ନିକଟରେ ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ଆମେରିକାକୁ ପ୍ରତିନିଧିତ୍ୱ କରିବା ଲାଗି ହାଇଦ୍ରାବାଦ୍‌ ଆସିଥିଲେ। ଅତି ସୁନ୍ଦର ଏବଂ ସୁବ୍ୟବସ୍ଥିତ ଉପାୟରେ ଇଭାଙ୍କାଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ କରାଯାଇଥିଲା। ଉକ୍ତ ଆତିଥ୍ୟରେ ଖୁସି ହୋଇ ଇଭାଙ୍କା ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଏକ ପତ୍ର ଲେଖିଛନ୍ତି। ପତ୍ରରେ ଇଭାଙ୍କା

କହିଛନ୍ତି ରାଜ୍ୟର ଲୋକମାନେ ତାଙ୍କୁ ଯେଉଁଭଳି ଭାବେ ଆତିଥ୍ୟ ପ୍ରଦାନ କରିଛନ୍ତି ତାହା ତାଙ୍କୁ ବହୁତ ଖୁସି ଦେଇଛି। ଏହା ଏକ ଅବିଶ୍ୱସନୀୟ ଏବଂ ଅତି ଉତ୍ସାହଜନକ ଅନୁଭୂତି ବୋଲି ସେ କହିଛନ୍ତି। ଇଭାଙ୍କାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରସିଦ୍ଧ ଫାଲାକନୁମା ପ୍ୟାଲେସ ହୋଟେଲରେ ଇଭାଙ୍କାଙ୍କ ସହ ରାତ୍ରିଭୋଜନ କରିଥିଲେ। ନିକଟ ଭବିଷ୍ୟତରେ ସେ ପୁଣିଥରେ ଭାରତ ଆସିବେ ବୋଲି ଉକ୍ତ ଚିଠିରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର