ୱାଶିଂଟନ: ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲନ୍ ମସ୍କ ନିଖୋଜ ବିମାନଏମଏଚ୍-୩୭୦ ସମ୍ପର୍କରେ କହିଛନ୍ତି ଯେ ସେ ଏଲି୍ରନଙ୍କର କୌଣସି ପ୍ରମାଣ ପାଇ ନାହାନ୍ତି। ଯଦି ମୁଁ ଏଲିଅନଙ୍କର କୌଣସି ପ୍ରମାଣ ପାଏ, ତେବେ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ପୋଷ୍ଟ କରିବି।
ଜଣେ ୟୁଜର ଏକ୍ସରେ ବିମାନର ଡ୍ରୋନ୍ ଭିଡିଓ ସେୟାର କରିଥିଲେ। ଏଲୋନ୍ ମସ୍କ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ବିମାନ ନିକଟରେ କିଛି ଗତି କରୁଛି, ଏହା କିଛି ଅପରେସନର ଅଂଶ ପରି ଦେଖାଯାଉଛି।
ସୂଚନାଯୋଗ୍ୟ,ଏମଏଚ୍-୩୭୦ ହେଉଛି ଏକ ମାଲେସିଆ ଏୟାରଲାଇନ୍ସ ବିମାନ ଯାହା ୨୦୧୪ରେ ରାଡାରରୁ ଦୂରେଇ ଯାଇଥିଲା ।
ଏମଏଚ୍-୩୭୦ ବିମାନ କୁଆଲାଲମ୍ପୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଜିଂ ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୨୨୭ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ।
୯-ଏମ-ଏମଆରଓ ଭାବରେ ପଞ୍ଜୀକୃତ ହୋଇଥିବା ବୋଇଙ୍ଗ ୭୭୭-୨୨ଇଆରର କର୍ମଚାରୀମାନେ ବିମାନ ଉଡ଼ାଣର ୩୮ ମିନିଟ ପରେ ଶେଷ ଥର ପାଇଁ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ସହିତ ଯୋଗାଯୋଗ କରିଥିଲେ। ସେତେବେଳେ ଏହି ବିମାନ ଦକ୍ଷିଣ ଚୀନ୍ ସାଗର ଉପରେ ଥିଲା।
ଏହା ପରେ ବିମାନର କର୍ମଚାରୀମାନେ ଏଟିସି ସହିତ ଯୋଗାଯୋଗ ହରାଇଥିଲେ ଏବଂ ସେମାନେ ରାଡାରରୁ ନିଖୋଜ ହୋଇଯାଇଥିଲେ। ତେବେ ପରବର୍ତ୍ତୀ କିଛି ଘଣ୍ଟା ପାଇଁ ସେନା ବିମାନକୁ ଟ୍ରାକ କରିଥିଲା। ଏହା ପରେ ବିମାନଟି ପଶ୍ଚିମ ଦିଗରେ ନିଜର ଧାର୍ଯ୍ୟ ପଥରୁ ବିଚ୍ୟୁତ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/2-5.jpg)