ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଦିନ ଇହୁଦୀ ସମ୍ପ୍ରଦାୟର ନେତାଙ୍କୁ ଦେଇଥିବା ଟିପ୍ପଣୀରେ ଇସ୍ରାଏଲ-ହମାସ ଯୁଦ୍ଧର ଭୟଙ୍କର ଚିତ୍ର ଆଙ୍କିଛନ୍ତି। ବାଇଡେନ କହିଛନ୍ତି, ମୁଁ କେବେ ବି ଭାବିନଥିଲି ଯେ ଆତଙ୍କବାଦୀମାନେ ପିଲାମାନଙ୍କ ମୁଣ୍ଡ କାଟିବାର ଚିତ୍ର ମୁଁ ଦେଖିବି ଏବଂ ସ୍ପଷ୍ଟ କରିବି। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସହ ଆମେରିକା ପ୍ରଶାସନର ସମର୍ଥନ ଥିବା କହି ବାଇଡେନ୍ ଏହି ଟିପ୍ପଣୀ ଦେଇଛନ୍ତି। ତେବେ ହ୍ବାଇଟ୍ ହାଉସ ପକ୍ଷରୁ ବାଇଡେନଙ୍କ ଏହି ଟିପ୍ପଣୀ ଉପରେ ସ୍ପଷ୍ଟୀକରଣ ଦିଆଯାଇଛି। ହ୍ବାଇଟ୍ ହାଉସ୍ର ୨ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଇସ୍ରାଏଲର ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ବାଇଡେନ ଏହି ଟିପ୍ପଣୀ ଦେଇଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲରେ ୨୨ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କାରିନ ଜିନ୍ ପିୟରେ କହିଛନ୍ତି।
ଆତଙ୍କବାଦୀମାନେ ଶିଶୁଙ୍କ ମୁଣ୍ଡକାଟ କରିବାର ଫଟୋ ମୁଁ ଦେଖିଛି: ବାଇଡେନ୍
ଆମେରିକୀୟଙ୍କ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା
/sambad/media/post_attachments/wp-content/uploads/2023/10/sfhffffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)