କରୋନା ଆକ୍ରାନ୍ତ ହେଲେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏ ନେଇ ସୁନୀଲ ଛେତ୍ରୀ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ଟୁଇଟରେ ଲେଖାଯାଇଛି ଯେ,ମୁଁ କରୋନା ଆକ୍ରାନ୍ତ ହୋଇଛି। ହେଲେ, ମୁଁ ଏବେ ଭଲ ଅନୁଭବ କରୁଛି। ଏବେ ଧୀ‌ରେ ଧୀରେ ସୁସ୍ଥ ହେଉଛି ଏବଂ ଶୀଘ୍ର ଫୁଟବଲ୍ ପଡ଼ିଆକୁ ଫେରିବା ଉଚିତ୍। ସମସ୍ତଙ୍କୁ ସର୍ବଦା ସମସ୍ତ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ ସ୍ମରଣ କରାଇବା ପାଇଁ ଭଲ ସମୟ ବୋଲି କିଛି ନଥାଏ ବୋଲି ଲେଖିଛନ୍ତି ସୁନୀଲ ଛେତ୍ରୀ।

ଛେତ୍ରୀ ନିକଟରେ ଭାରତୀୟ ସୁପର ଲିଗ୍ ୨୦୨୦-୨୧ ଟୁର୍ଣ୍ଣାମେଣ୍ଟରେ ବେଙ୍ଗାଲୁରୁ ଏଫସିର ନେତୃତ୍ୱ ନେଇଥିଲେ, ଯେଉଁଥିରେ ତାଙ୍କ ଦଳ ୨୨ପଏଣ୍ଟ ହାସଲ କରିବା ସହ ୫ଟି ଗେମ୍ ଜିତିଥିଲା, ୭ଟି ଡ୍ର ହୋଇଥିଲା ଏବଂ ୮ଟି ହାରିଥିଲେ। ଛେତ୍ରୀ ୨୦ଟି ମ୍ୟାଚରେ ୮ଗୋଲ ସ୍କୋର କରିଥିଲେ ଏବଂ ପ୍ରତିଯୋଗିତାରେ ସପ୍ତମ ସର୍ବାଧିକ ସ୍କୋର କରିଥିବା ଖେଳାଳି ହୋଇଥିଲେ। ହେଲେ ଏବେ ସେ କରୋନା ଆକ୍ରାନ୍ତ ହୋଇଥିବାରୁ ଆଗକୁ ଥିବା ମ୍ୟାଚ ଖେଳି ପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର