ଲୋକସଭାରେ ଉପସ୍ଥାପିତ ହେଲା ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଗତକାଲି ରାଜ୍ୟସଭାରେ ଜମ୍ମୁ -କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିଲ୍ ପାସ୍ ହୋଇଛି । ଆଜି ଲୋକସଭାରେ ଉପସ୍ଥାପିତ ହେଲା ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲ୍ ଉପସ୍ଥାପନ କରିଛନ୍ତି। । ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବା ହେତୁ ଏହାକୁ ପାସ୍ କରିବାରେ କୌଣସି ଅସୁବିଧା ହେବ ନାହିଁ ।

ଏହି ସଂଶୋଧନ ବିଧେୟକରେ ଜମ୍ମୁ- କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଜମ୍ମୁ କାଶ୍ମୀର ରହିବ । ଯାହାକି ବିଧାନସଭା ବିଶିଷ୍ଟ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଅନ୍ୟଟି ଲଦାଖ ରହିବ । ଯାହାକି ବିନା ବିଧାନସଭା ବିଶିଷ୍ଟ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ ।

ଗତକାଲି ରାଜ୍ୟସଭାରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଜନତା ଦଳ ୟୁନାଇଟେଡ, ରାଷ୍ଟ୍ରୀୟ ଜନତା ଦଳ ଭଳି ରାଜନୈତିକ ଦଳମାନେ ଏହାକୁ ବିରୋଧ କରିଥିଲେ ।

ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଗତକାଲି ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର