ଜମ୍ମୁ- କଶ୍ମୀରର ଯୁବକଙ୍କୁ ଆସନ୍ତା ୨-୩ ମାସ ମଧ୍ୟରେ ୫୦ ହଜାର ସରକାରୀ ଚାକିରି ଯୋଗାଇ ଦିଆଯିବ: ରାଜ୍ୟପାଳ ମଲ୍ଲିକ

ଶ୍ରୀନଗର: ଜମ୍ମୁ- କଶ୍ମୀରର ୫୦ ହଜାର ଯୁବକ ଯୁବତୀଙ୍କୁ ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ସରକାରୀ ଚାକିରି ଯୋଗାଇ ଦିଆଯିବ ବୋଲି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି, ଜମ୍ମୁ- କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ଏଥିସହ କଶ୍ମୀର ଉପତ୍ୟକାର କୁପ୍‌ଓ୍ଵାରା ଓ ହିନ୍ଦଓ୍ଵାରା ଜିଲ୍ଲାକୁ ଇତିମଧ୍ୟରେ ମୋବାଇଲ ସଂଯୋଗ ଦିଆଯାଇ ସାରିଥିବା ବେଳେ ଖୁବ୍‌ ଶୀଘ୍ର ସମଗ୍ର ଜମ୍ମୁ- କଶ୍ମୀରରେ ମୋବାଇଲ ଓ ଇଣ୍ଟରନେଟ ସେବାର ପୁନର୍ବାହାଲ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟପାଳ ମଲ୍ଲିକ।

ରାଜ୍ୟପାଳ ମଲ୍ଲିକ କହିଛନ୍ତି, ‘ପ୍ରତ୍ୟେକ କଶ୍ମିରୀଙ୍କ ଜୀବନ ଆମ ପାଇଁ ବହୁ ମୂଲ୍ୟବାନ। ସେଥିପାଇଁ ଆମେ ଚାହୁଁ କୌଣସି କଶ୍ମିରୀଙ୍କ ଜୀବନ ଅକାଳରେ ଝଡ଼ି ନଯାଉ’। ଖାସ୍‌ ଏଥିପାଇଁ ୩୭୦ ଧାରାର ଉଚ୍ଛେଦ ପୂର୍ବରୁ ସରକାର ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ଉପତ୍ୟକାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦେଇଥିଲେ। ଫଳରେ, କୌଣସି ସାଧାରଣ ଲୋକଙ୍କ ଧନ ଜୀବନ ହାନୀ ଘଟିନାହିଁ। କେବଳ ଯେଉଁମାନେ ହିଂସାରେ ଜଡ଼ିତ ଥିଲେ ସେମାନଙ୍କ ମଧ୍ୟରୁ କିଛି କାର୍ଯ୍ୟାନୁଷ୍ଠାନ କାଳରେ ଆହତ ହୋଇଛନ୍ତି।

Kashmir Times

ଏଥିସହ ଉପତ୍ୟକାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିବାର ଆବଶ୍ୟକତା ସଂପର୍କରେ ଦର୍ଶାଇବାକୁ ଯାଇ ରାଜ୍ୟପାଳ ମଲ୍ଲିକ କହିଛନ୍ତି ଯେ ସାଧାରଣ ଲୋକେ ମୋବାଇଲ ଓ ଇଣ୍ଟରନେଟ ସେବାକୁ କମ ବ୍ୟବହାର କରୁଥିବା ବେଳେ ଏଠାରେ ସକ୍ରିୟ ଥିବା ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଏହାର ଭରପୂର ଉପଯୋଗ କରିବା ସହ ଏହାକୁ ସେମାନଙ୍କର ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ଯେଉଁ କାରଣ ପାଇଁ ଉପତ୍ୟକାରେ ସାମୟିକ ଭାବେ ସରକାରଙ୍କୁ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ ରଖିବାକୁ ପଡ଼ିଲା ବୋଲି ଏହି ଅବସରରେ କହିଛନ୍ତି ରାଜ୍ୟପାଳ ମଲ୍ଲିକ।

ସମ୍ବନ୍ଧିତ ଖବର