ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସେଠାରେ ଡ୍ୟୁଟିରେ ଥିବା ଜଣେ ପୁଲିସଙ୍କ ରାଇଫଲରୁ ହଠାତ୍ ଭୁଲରେ ଗୁଳି ଫୁଟି ଯାଇଥିଲା। ବନ୍ଧୁକରୁ ଭୁଲବଶତଃ ଫୁଟି ଯାଇଥିବା ଗୁଳିଟି ଯାଇ ସେଠାରେ ସେ ସମୟରେ ଉପସ୍ଥିତ ଥିବା ମହମ୍ମଦ ଆସିଫ୍ ପାଦ୍ରୁଙ୍କ ଦେହରେ ବାଜିଥିଲା। ଏହି ଅତର୍କିତ ଘଟଣାରେ ସେ ଆହତ ହେଇଥିଲେ । ପରେ ଆହତ ଆସିଫ୍ ଙ୍କୁ ପୁଲିସ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ତେବେ ଚିକିତ୍ସାଧୀନ ଥିବା ସମୟରେ ସେ ମୃତ୍ୟୁବରଣ କରିଥିଲେ ।
ଗୁଳି ଚାଲିଥିବା ପୁଲିସଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ପରେ ତାଙ୍କୁ ଗିରଫ କରାଯାଇଛି। ଏହାର ଅଧିକ ତଦନ୍ତ କରାଯାଉଛି ବୋଲି କାଶ୍ମୀର ଜୋନ୍ ପୁଲିସ ଏକ ବିବୃତ୍ତିରେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/ad.jpg)