ନୂଆଦିଲ୍ଲୀ: ୧୯୯୦ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି। ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ତାଙ୍କ ପଦୋନ୍ନତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଜେ କ୍ରିଷ୍ଣା କିଶୋରଙ୍କର ଆୟକର କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ରହିଛି। ସେ ଜଣେ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ। ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ସମୟରେ ଆୟକର ତଦନ୍ତ ନିର୍ଦ୍ଦେଶାଳୟ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ତାଙ୍କର ତତ୍ତ୍ୱାବଧାନରେ ସବୁଠୁ ଅଧିକ ନଗଦ ଟଙ୍କା ଜବତ କରାଯିବା ସହିତ ସର୍ବାଧିକ ଗୋପନୀୟ ଆୟ ଠାବ କରାଯିବା କ୍ଷେତ୍ରରେ ସଫଳତା ମିଳିଛି।
ଜେ କ୍ରିଷ୍ଣା କିଶୋର ହେଲେ ନୂଆ ମୁଖ୍ୟ ଆୟକର ଆୟୁକ୍ତ
/sambad/media/post_attachments/wp-content/uploads/2023/07/Screenshot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)