ଜମ୍ମୁ ଓ କଶ୍ମୀର: ଟ୍ରାଲ୍‌ ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ, ତଲାସ ଅଭିଯାନ ଜାରି

ଶ୍ରୀନଗର: ରବିବାର ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଟ୍ରାଲ୍‌ ସହରରେ ଭାରତୀୟ ସେନା, ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ଏବଂ ଜମ୍ମୁ ଓ କଶ୍ମୀର ପୋଲିସର ମିଳିତ ଅଭିଯାନରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

ସୋମବାର ସକାଳ ଯାଏଁ କର୍ଡନ୍‌ ଓ ସର୍ଚ ଅପରେସନ୍‌ ଚାଲୁ ରହିଛି ବୋଲି ଭାରତୀୟ ସେନାବାହୀନିର ଆନୁଷ୍ଠାନିକ ଟୁଇଟର୍‌ ହ୍ୟାଣ୍ଡଲ୍‌ ଟୁଇଟ୍‌ କରିଛି।

ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଉପସ୍ଥିତ ଅଛନ୍ତି ବୋଲି ସୂଚନା ପାଇବା ପରେ ମିଳିତ ନିରାପତ୍ତା ବଳ ଟ୍ରାଲ୍‌ ସହରର ପିଙ୍ଗ୍‌ଲିସ୍‌ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରିଥିଲା।

ତଲାସ ଅଭିଯାନ ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ଏହାର ଜବାଦ ଦେବାରୁ ଗୁଳିବିନିମୟ ଆରମ୍ଭ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ନିହତ ତିନି ଆତଙ୍କବାଦୀ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ବିଶ୍ୱାସ କରାଯାଉଛି। ତାଙ୍କର ପରିଚୟ ସଂଗ୍ରହ କରାଯାଉଛି।
ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ରାଇଫଲ୍‌, ଗୋଟିଏ ପିସ୍ତଲ ଏବଂ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି। ଘଟଣା ବିଷୟରେ ଏକ ମାମଲା ରୁଜୁ କରାଯାଇଛି।

ଜମ୍ମୁ ଓ କଶ୍ମୀର ପୁଲିସ ନାଗରିକମାନଙ୍କୁ ଅନୁରୋଧ କରିଛି କି, ଏନ୍‌କାଉଣ୍ଟର୍‌ ଜୋନ୍‌କୁ ଯାଆନ୍ତୁ ନାହିଁ। ସମଗ୍ର ଅଞ୍ଚଳ ତଲାସ ସରିବା ଯାଏଁ ଅପେକ୍ଷା କରନ୍ତୁ।

ସମ୍ବନ୍ଧିତ ଖବର