ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟ୍ରେନ ସାମ୍ନାକୁ ଡେଇଁ ସମ୍ପୂର୍ଣ୍ଣ ପରିବାରର ଜୀବନ ହାରି ଦେଇଥିବାର ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଏହି ପରିବାରରେ ରେଳକର୍ମଚାରୀଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଦୁଇଝିଅ ଥିଲେ।
ସୂଚନାଯୋଗ୍ୟ, ପୁରୀର ଘଚଡ଼ା ଭେଡାଘାଟ ସିହୋଦା ଗ୍ରାମରେ ବୁଧବାର ଜଣେ ରେଳ କର୍ମଚାରୀ ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କ ସହ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରି ଦେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭେଡାଘାଟ ପୁଲିସ ଏବଂ ରେଳ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ବାପା, ମା’ ଓ ଦୁଇ ଝିଅଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ପୁଲିସ ପୁଲିସ ଏହି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ମୃତ ନରେନ୍ଦ୍ର ଚଢ଼ାର ରେଳବାଇର ଜଣେ ଗ୍ରୁପ୍ ଡି କର୍ମଚାରୀ ଥିଲେ। ସେ ତାଙ୍କ ପତ୍ନୀ ଏବଂ ଦୁଇଙ୍କ ସହ ସିହୋଦା ଗ୍ରାମରେ ବସବାସ କରୁଥିଲେ। ତେବେ ହଠାତ ଏ ପରିବାର ମଶି ଏଭଳି ଚରମ ପଦକ୍ଷେପ କାହିଁକି ନେଇଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ନରେନ୍ଦ୍ରଙ୍କ ବଡ଼ ଝିଅ ୬ବର୍ଷର ଥିବା ବେଳେ ସାନ ଝିଅ ମାତ୍ର ୩ମାସର ଥିବା ଜଣାପଡ଼ିଛି।
ପୁଲିସ ନରେନ୍ଦ୍ରଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରି ଏହି ଦୁଃଖଦ ଘଟଣା ବିଷୟରେ ଖବର ଦେଇଛି। ଏଥିସହିତ ନରେନ୍ଦ୍ର କୌଣସି ଅସୁବିଧା ଦେଇ ଗତି କରୁଥିଲେ କି ବୋଲି ରେଳକର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ପୁଲିସ ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Railway-Employee-With-Family-Killed-Themselve-on-Railway-Track_Thumbnail.jpg)