ଆରଏସଏସକୁ ତାଲିବାନ ସହ ତୁଳନା କରି ଫସିଲେ ଗୀତିକାର ଜାଭେଦ ଅଖତର, ଘର ବାହାରେ ଚାଲିଛି ଜୋରଦାର ପ୍ରଦର୍ଶନ

ମୁମ୍ବାଇ: ଆରଏସଏସକୁ ନେଇ ବିବାଦୀୟ ବୟାନ ଦେଇ ଗାୟକ ତଥା ଲେଖକ ଜାଭେଦ ଅଖତର ପୁଣି ଥରେ ବିବାଦକୁ ଆସିଯାଇଛନ୍ତି । ବାସ୍ତବରେ ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ସେ ତାଲିବାନକୁ ଆରଏସଏସ, ଭିଏଚପି ଏବଂ ବଜରଙ୍ଗ ଦଳ ସହ ତୁଳନା କରିଛନ୍ତି। ଆଉ ଏହି ସାକ୍ଷାତ୍କାର ଭାଇରାଲ ହେବା ପରେ ବିଜେପି ଯୁବମୋର୍ଚ୍ଚାକୁ ପସନ୍ଦ ଆସିନାହିଁ | ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଜାଭେଦ ଅଖତରଙ୍କ ଜୁହୁ ଘରେ ସାମ୍ନାରେ ଜୋରଦାର ବିରୋଧ କରିଛନ୍ତି ।

ସେମାନେ କହିଛନ୍ତି ଯେ, ‘ଆରଏସଏସ ଖରାପ ସମୟରେ ସମସ୍ତ ଲୋକଙ୍କୁ ସାହାଯ୍ୟ କରିଥାଏ। ଜାଭେଦ ଅଖତର ତାଲିବାନକୁ ଆରଏସଏସ ସହ କିପରି ତୁଳନା କରିପାରନ୍ତି। ସେ କ୍ଷମା ମାଗିବା ଉଚିତ। ଏପରି ଶିକ୍ଷିତ ବ୍ୟକ୍ତି ଏଭଳି କହିବା ଲଜ୍ଜାଜନକ’। ଏହି ସାକ୍ଷାତକାରରେ ଜାଭେଦ ଅଖତର ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି ବର୍ଣ୍ଣନା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତ ଏକ ଧର୍ମନିରପେକ୍ଷ ଦେଶ | କିନ୍ତୁ ସେଠାରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆରଏସଏସ ଏବଂ ଭିଏଚପିକୁ ସମର୍ଥନ କରନ୍ତି | ଯାହାର ଆଦର୍ଶ ୧୯୩୦ ର ନାଜି ସହିତ ସମାନ’ | ସୂଚନା ଥାଉ କି ଏବେ ଜାଭେଦ ଅଖତରଙ୍କ ବିବାଦ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସହ ଚାଲିଛି | ସେ କଙ୍ଗନାଙ୍କ ବିରୋଧରେ ମାନହାନି ମାମଲା ମଧ୍ୟ ଦାୟର କରିଛନ୍ତି | ମୁମ୍ବାଇ ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ କରି ରଖିଛନ୍ତି ।

ସମ୍ବନ୍ଧିତ ଖବର