କରୋନା ଭାଇରସ୍‌ର ପ୍ରତିଷେଧକ ପ୍ରସ୍ତୁତି ନିମନ୍ତେ ଚୀନ୍‌ର ସବୁଠାରୁ ଧନଶାଳୀ ବ୍ୟକ୍ତି ଜାକ୍‌ ମା ପ୍ରଦାନ କଲେ ୧୦୩ କୋଟି

ବେଜିଂ: ସଂପ୍ରତି ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ପ୍ରତିଷେଧକ ପ୍ରସ୍ତୁତି ନିମନ୍ତେ ଚୀନ୍‌ର ସବୁଠାରୁ ଧନଶାଳୀ ବ୍ୟକ୍ତି ଜାକ୍‌ ମା ବଢ଼ାଇଛନ୍ତି ସହଯୋଗର ହାତ। ବିଶ୍ୱପ୍ରସିଦ୍ଧ ଆଲିବାବା କମ୍ପାନିର ସହ ପ୍ରତିଷ୍ଠାତା ଭାବେ ଖ୍ୟାତ ତଥା ଚୀନ୍‌ର ସବୁଠାରୁ ଧନଶାଳୀ ବ୍ୟକ୍ତି ରୂପେ ପରିଚିତ ଜାକ୍‌ ମା କରୋନା ଭାଇରସ୍‌ର ପ୍ରତିଷେଧକ ପ୍ରସ୍ତୁତି ନିମନ୍ତେ ୧୪.୪ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୧୦୩ କୋଟି ଟଙ୍କା) ପ୍ରଦାନ କରଛନ୍ତି। ଏଥିସହ କରୋନା ଭାଇରସରୁ ଆରୋଗ୍ୟ ନିମନ୍ତେ ଔଷଧ ଉଦ୍ଭାବନ ନିମନ୍ତେ ସେ ଚୀନ୍‌ ସରକାରଙ୍କର ନିୟନ୍ତ୍ରଣାଧୀନରେ ରହିଥିବା ଦୁଇଟି ଗବେଷଣା ପ୍ରତିଷ୍ଠାନକୁ ଗବେଷଣା କାର୍ଯ୍ୟ ନିମନ୍ତେ ୫.୮ ମିଲିୟନ ଆମେରିକୀୟ ଡଲାର ଯୋଗାଇ ଦେଇଛନ୍ତି।

Global News

ଏସବୁ ବାଦ୍‌ କରୋନା ଭାଇରସର ଏନ୍ତଡ଼ିଶାଳ ରୂପେ ପରିଚିତ ଉହାନ୍‌ ଏବଂ କରୋନା ଭାଇରସ୍‌ ଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଥିବା ଉହାନ୍‌ ଓ ହୁବେଇରେ ରହିଥିବା ଡାକ୍ତରଖାନାଗୁଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଆନୁଷଙ୍ଗିକ ଉପକରଣ କ୍ରୟ ଉଦ୍ଦେଶ୍ୟରେ ୧୧୪ ମିଲିୟନ ଡଲାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ଜାକ୍‌ ମା।

Global News

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ଚୀନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୧୭୭ରେ ପହଞ୍ଚି ସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭,୭୧୧ରେ ପହଞ୍ଚିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର