ଉତ୍ତମ ଶିକ୍ଷକ ଖୋଜିବାକୁ ୪.୫ କୋଟି ଡଲାର ଦାନ କଲେ ଜ୍ୟାକ ମା

ନୂଆଦିଲ୍ଲୀ: ଆଲିବାବା ଗ୍ରୁପର ମୁଖ୍ୟ ଜ୍ୟାକ ମା ଅବସର ନେଇଛନ୍ତି । ନିଜ ୫୫ତମ ଜନ୍ମଦିନରେ ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି ଚୀନର ବିଶିଷ୍ଟ ପୁଞ୍ଜିପତି । ତାଙ୍କ ଉଦ୍ୟମରେ ଆଲିବାବା ଚୀନ ବଜାରର ସବୁଠାରୁ ସଫଳ ଅନଲାଇନ ରିଟେଲ ମାର୍କେଟ ହୋଇପାରିଛି ତେବେ ଅବସର ପରେ ସେ ଶିକ୍ଷକତା ଉପରେ ଧ୍ୟାନ ଦେବେ ।

କାରଣ ଜ୍ୟାକ ମା ପୂର୍ବରୁ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । କେବଳ ଶିକ୍ଷକତା କରିବେ ନାହିଁ ବରଂ ନିଜ ଦେଶର ପିଲାଙ୍କ ପାଇଁ ଉତ୍ତମ ଶିକ୍ଷକ ଖୋଜିବାକୁ ବିପୁଳ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଯୋଗାଇଦେବେ | ଜ୍ୟାକ ମା ୨୦୧୪ ମସିହାରେ ଏକ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ | ଏହା ପଛରେ ବିଲ ଏଣ୍ଡ ମିଲିଣ୍ଡ ଫାଉଣ୍ଡେସନର ସମାଜସେବା ତାଙ୍କୁ ପ୍ରେରଣା ଦେଇଥିଲା ବୋଲି କହିଥିଲେ | ଚୀନର ଗ୍ରାମୀଣ ଅଞ୍ଚଳରେ ଜ୍ୟାକଙ୍କ ଫାଉଣ୍ଡେସନ କାର୍ଯ୍ୟ କରିବ |

ପ୍ରତିଭାଶାଳୀ ଶିକ୍ଷକଙ୍କୁ ଖୋଜିବା ସହ ଗରିବ ପିଲାମାନଙ୍କୁ କିଭଳି ଉତ୍ତମ ଶିକ୍ଷକ କରିହେବ ସେ ଦିଗରେ ପ୍ରୟାସ କରିବ | ଜ୍ୟାକ ମା ଫାଉଣ୍ଡେସନ ଏହି କାର୍ଯ୍ୟପାଇଁ ୪.୫ କୋଟି ଡଲାର ଟଙ୍କା ଦାନ ଦେବାକୁ ଘୋଷଣା କରିଛି |

ସମ୍ବନ୍ଧିତ ଖବର