ଚତୁର୍ଥ ଥର ପାଇଁ ଇଡିରେ ହାଜର ହେଲେନି ଜାକଲିନ୍‌

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଫିଲ୍ମ ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଚତୁର୍ଥ ଥର ପାଇଁ ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇନାହାନ୍ତି। ଇଡିର ସମନ ଅନୁଯାୟୀ ୧୬ ତାରିଖରେ ହାଜର ହେବା କଥା। ହେଲେ ସେଦିନ ବ୍ୟକ୍ତିଗତ କାରଣ ଦର୍ଶାଇ ଜାକଲିନ୍‌ ହାଜର ହୋଇ ନଥିଲେ। ଆଜି ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ଜାକଲିନ୍‌ଙ୍କୁ ଇଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ‌ଜାକଲିନ୍‌ ଲଗାତାର ଶୁକ୍ରବାର, ଶନିବାର ଓ ସୋମବାର ଇଡିରେ ହାଜର ହେବାକୁ ଏଡ଼େଇ ଚାଲିଛନ୍ତି। ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ତଦନ୍ତ ଚାଲିଛି। ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଜାକଲିନ୍‌ଙ୍କୁ ପଚରା ଉଚରା କରିବାକୁ ଚାହୁଁଛି। ଏହି ମାମଲାରେ ଜାକଲିନ୍‌ ଅଗଷ୍ଟ ମାସରେ ଇଡିରେ ହାଜର ହୋଇଥିଲେ। ତଦନ୍ତକାରୀ ଅଫିସର ତାଙ୍କ ବୟାନ ରେକର୍ଡ କରିଥିଲେ। ଏବେ ଚନ୍ଦ୍ରଶେଖର ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଲୀନା ମାରିଆ ପାଲ୍‌ଙ୍କ ସହ ଜାକଲିନ୍‌ଙ୍କୁ ମୁହାଁମୁହିଁ ପଚରା ଉଚରା କରିବାକୁ ଇଡି ଯୋଜନା କରିଛି।

ସମ୍ବନ୍ଧିତ ଖବର