ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଥିଲେ ଜାକ୍‌ଲିନ

ନୂଆଦିଲ୍ଲୀ : ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାର ତଦନ୍ତ ସମୟରେ ବଲିଉଡ ଅଭିନେତ୍ରୀ ଜାକ୍‌ଲିନ ଫର୍ଣ୍ଣାଣ୍ଡିଜ ଏବଂ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ପର୍କ ଏବେ ଚର୍ଚ୍ଚାକୁ ଆସିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସ‌ହ ଡେଟ୍‌ କରୁଥିବା କଥାକୁ ଜାକଲିନ ଖଣ୍ଡନ କରିଥିଲେ ମଧ୍ୟ ଉଭୟଙ୍କର ଏକ ଫଟୋକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଜାକଲିନ ଏକ ସମୟରେ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଥିଲେ। ସୁକେଶ ଜାକଲିନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ। ସୂଚନାନୂଯାୟୀ, ଜାକଲିନ ସମ୍ପୂର୍ଣ୍ଣ ଭାବେ ସୁକେଶଙ୍କ କବ୍‌ଜାରେ ଥିଲେ ଏବଂ ତାଙ୍କୁ ବିବାହ କରିବାପାଇଁ ସ୍ଥିର କରିଥିଲେ। ନିଜ ‘ଡ୍ରିମ ମ୍ୟାନ୍‌’ଙ୍କୁ ପାଇ ସାରିଛନ୍ତି ବୋଲି ଜାକଲିନ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ କହି ସାରିଥିଲେ। ଅନ୍ୟପକ୍ଷେ ତଦନ୍ତକାରୀ ଟିମ୍‌ ଜାକ୍‌ଲିନଙ୍କ ଡ୍ରେସ ଡିଜାଇନରଙ୍କୁ ଜେରା କରିବାପାଇଁ ଆସନ୍ତା ସୋମବାର ଦିନ ସମନ କରିଛନ୍ତି। ଗତ ବୁଧବାର ଦିନ ଜାକଲିନଙ୍କୁ ଦିଲ୍ଲୀ ପୁଲିସ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା।

ସମ୍ବନ୍ଧିତ ଖବର