ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ପୁଅ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି।

Advertisment

ଅନିରୁଦ୍ଧ ସିଂ କହିଛନ୍ତି, ‘ଏଣିକି ପୁଅ ରବୀନ୍ଦ୍ର ଜାଡେଜାଙ୍କ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ। ତାକୁ କ୍ରିକେଟର କରି ନଥ‌ିଲେ ଭଲ ହୋଇଥାଆନ୍ତା। ବହୁତ କଷ୍ଟ କରି ପୁଅକୁ କ୍ରିକେଟର କଲି କିନ୍ତୁ ସେ ମୋତେ ବାପାର ମର୍ଯାଦା ଦେଲା ନାହିଁ। ଜାଡେଜାର ବିବାହ ପରେ ତ ସେ ସମ୍ପୂର୍ଣ୍ଣ ଭାବେ ବଦଳି ଗଲା। ତାର  ସ୍ତ୍ରୀ ଅର୍ଥାତ ମୋର ବୋହୂର କେବଳ ଟଙ୍କାକୁ ଲୋଭ । ଟଙ୍କା ଛଡା ସେ ଆଉ କିଛି ଦେଖେ ନାହିଁ। ପୁଅ ଓ ବୋହୂ ସହିତ ‌ମୋର କିଛି ସମ୍ପର୍କ ନାହିଁ କି ମୁଁ ବି ରଖିବାକୁ ଚାହୁଁନାହିଁ। ମୋ ପୁଅ ଏମିତି ନଥିଲା।  ମୁଁ ଜାଣିଛି ଜାଡେଜା ଉପରେ ରିବାଭା କିଛି ଯାଦୁ କରି ଦେଇଛି। ୫ବର୍ଷ ହେବ ମୁଁ ମୋ ନାତୁଣୀକୁ ବି ଦେଖି ନାହିଁ।

୨୦ହଜାର ଟଙ୍କା ପାଉଥିବା ପେନସନରେ ମୁଁ ମୋର ଗୁଜୁରାଣ ନିଜେ ମେଣ୍ଟାଉଛି। ପୁଅ ମୋର କୌଣସି କଥା ବୁଝେ ନାହିଁ। ମୁଁ ମୋର ପରିବାରକୁ ବହୁତ ଭଲ ପାଉଥିଲି। କିନ୍ତୁ ପୁଅ ମୋ ସହ ଏମିତି କରିବ ବୋଲି ମୁଁ କେବେ ଭାବି ନଥିଲି। ବୋହୂ ରିବାଭା ଏକ ହୋଟେଲକୁ ତାର ନାମରେ କରିବାକୁ ଚାହୁଁଥିଲା। ଏହି ଠାରୁ ପାରିବାରିକ ବିବାଦ ଆରମ୍ଭ ହୋଇଛି।’