ନୂଆଦିଲ୍ଲୀ : ଜଗା-ବଳିଆ ଦିଲ୍ଲୀ ଏମ୍ସରେ କିଭଳି ଚିକିତ୍ସାଧୀନ ଅଛନ୍ତି ଓ ସେମାନଙ୍କୁ ଡିସଚାର୍ଜ କରାଯିବା ପରେ ସେମାନଙ୍କ ଭବିଷ୍ୟତ ଚିକିତ୍ସା ନେଇ କି ପଦକ୍ଷେପ ନିଆଯିବ, ତାହାର ଅନୁଧ୍ୟାନ ପାଇଁ ଓଡ଼ିଶାରୁ ୫ଜଣିଆ ଡାକ୍ତରୀ ଦଳ ଦିଲ୍ଲୀ ଯିବେ। ଦିଲ୍ଲୀ ଏମ୍ସରୁ ଦୁଇ ଶିଶୁଙ୍କୁ ଡିସ୍ଚାର୍ଜ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନୂଆଦିଲ୍ଲୀରେ ସାମ୍ବାଦିକଙ୍କୁ ଏହି ସୂଚନା ଦେଇଛନ୍ତି। ସମ୍ଭବତଃ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଜଗା-ବଳିଆଙ୍କୁ ଏମ୍ସରୁ ଡିସ୍ଚାର୍ଜ କରାଯିବ। କିନ୍ତୁ ସେମାନଙ୍କର ଅଧିକ ଚିକିତ୍ସା ଅବଶ୍ୟକତା ରହିଥିବା ମନ୍ତ୍ରୀ ଜେନା କହିଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ଓଡ଼ିଶା ନିଆଯିବ ନା ଦିଲ୍ଲୀ ଓଡ଼ିଶା ଭବନରେ ରଖି ଚିକିତ୍ସା କରାଯିବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନଥିବା ସେ କହିଛନ୍ତି। ଯଦି ସେମାନଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଯାଏ ତେବେ ସେମାନଙ୍କର ଚିକିତ୍ସା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। କୌଣସି ପରିସ୍ଥିତିରେ ସେମାନଙ୍କର ଚିକିତ୍ସା ଅବହେଳା କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା ଦୃଢୋକ୍ତି ବାଢିଛନ୍ତି।
ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ ପାଇଁ ଓଡ଼ିଶାରୁ ଯିବେ ପାଞ୍ଚଜଣିଆ ଡାକ୍ତରୀ ଦଳ
/sambad/media/post_attachments/wp-content/uploads/2018/02/Jaga-Balia1-750x424.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)