ନୂଆଦିଲ୍ଲୀ : ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଳିଗୁଡ଼ା ଗାଁର ଜଗା-ବଳିଆଙ୍କୁ ଆସନ୍ତା ମାସରେ ଏମ୍ସରୁ ଡିସ୍ଚାର୍ଜ କରାଯିବାକୁ ଯୋଜନା ହୋଇଛି। ଏହି ଦୁଇ ଶିଶୁଙ୍କ ପରବର୍ତ୍ତୀ ଚିକିତ୍ସା ଓଡ଼ିଶାରେ ସମ୍ଭବପର ବୋଲି ଅସ୍ତ୍ରୋପଚାରରେ ପ୍ରମୁଖ ଭୂମିକା ନେଇଥିବା ଏମ୍ସର ନ୍ୟୁରୋ ଚିକିତ୍ସା ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି। ଯୋଡ଼ା ମୁଣ୍ଡ ଅଲଗା କରାଯିବାର ୪ ମାସ ପରେ ଜଗାର ସ୍ୱାସ୍ଥ୍ୟ ୯୮ ପ୍ରତିଶତ ଠିକ୍ ହୋଇସାରିଥିବାରୁ ଜଗାକୁ ଏମ୍ସରୁ ଡିସ୍ଚାର୍ଜ କରାଯାଇ ନିଜ ଗାଁକୁ ଫେରିଯିବାରେ କୌଣସି ଅସୁବିଧା ହେବନାହିଁ। ଅନ୍ୟପକ୍ଷରେ ବଳିଆର ସ୍ୱାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଉନ୍ନତି ହେବା ପାଇଁ ଆଉ ଦୁଇମାସ ଲାଗିବା ସମ୍ଭାବନା ଥିବାରୁ ଯଦି ବଳିଆକୁ ଏମ୍ସରୁ ଡିସ୍ଚାର୍ଜ କରାଯିବ ତା’ହେଲେ ଓଡ଼ିଶାରେ ତା’ର ଚିକିତ୍ସା ପାଇଁ କୌଣସି ପ୍ରତିବନ୍ଧକ ଆସିବ ନାହିଁ। ଉଭୟ ଶିଶୁଙ୍କୁ ବର୍ତ୍ତମାନ ସ୍ଥିତିରେ ଅଧିକ ସେବାଯତ୍ନର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ଜଗାର ୫ ପ୍ରତିଶତ ଚମଡ଼ା ଶୁଖିନଥିବା ବେଳେ ବଳିଆର ୯୯ ପ୍ରତିଶତ ଚମଡ଼ା ଶୁଖି ଯାଇଥିବା ସେ କହିଛନ୍ତି। ସୂତ୍ର ଅନୁସାରେ ଏମ୍ସର ଡାକ୍ତରୀ ଦଳ ଜଗାବଳିଆ ଓ ତାଙ୍କର ପରିବାର ସଦସ୍ୟଙ୍କ ସହିତ ହୋଲି ମିଳନ କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ଜଣାପଡ଼ିଛି।
ଜଗାବଳିଆଙ୍କ ଚିକିତ୍ସା ଓଡ଼ିଶାରେ ସମ୍ଭବ
/sambad/media/post_attachments/wp-content/uploads/2018/02/Jaga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)