ଇଣ୍ଡିଆ ଗେଟ୍‌ରେ ବୁଲିଲା ଜଗା

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଜଗା-ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍‌ ଅଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆହୁରି ଅଧିକ ସୁଧାର ଆଣିବା ଏବଂ ସେମାନଙ୍କ ମସ୍ତିଷ୍କରେ ବିକାଶ ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ବୁଲାଇ ନେବାର ଉଦ୍ୟମ ଆରମ୍ଭ ହୋଇଛି। ବଳିଆର ସ୍ବା‌ସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇପାରି ନଥିବ‌ାରୁ କେବଳ ଜଗାକୁ ଏମ୍ସ ବାହାରେ ବୁଲାଇବାକୁ ନିଆଯାଇଛି। ଗତ ଗୁରୁବାର ଏମ୍ସ କର୍ତ୍ତୃପକ୍ଷ ଜଗାକୁ ଇଣ୍ଡିଆ ‌େଗଟ୍‌କୁ ବୁଲାଇବାକୁ ନେଇ ଯାଇଥିଲେ। ଜଗା ସହ ତା’ର ମା’ ପୁଷ୍ପାଞ୍ଜଳି କଁହର ମଧ୍ୟ ଥିଲେ। ଜଗା ଇଣ୍ଡିଆ ଗେଟ୍‌ ଦେଖିଥିଲା ଏବଂ ସେଠାରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏକ ପାର୍କରେ ବୁଲିଥିଲା। ପାର୍କରେ ଜଗା ଅନ୍ୟ ପିଲାମାନଙ୍କ ସହ ପାଖାପାଖି ଘଣ୍ଟା‌ଏ ପର୍ଯ୍ୟନ୍ତ ସମୟ ଅତିବାହିତ କରିଥିଲା। ଦିଲ୍ଲୀ ଏମ୍ସର ଡାକ୍ତରମାନଙ୍କ କହିବା ଅନୁଯାୟୀ ଜଗାର ମସ୍ତିଷ୍କରେ ବିକାଶ ପାଇଁ ତାକୁ ମେଡିକାଲ ପରିସର ବାହାରକୁ ନିଆଯାଇ ତା’ର ଗତିବିଧିକୁ ନିରୀକ୍ଷଣ କରାଯାଉଛି। ଅନ୍ୟପକ୍ଷେ ବଳିଆ ଏବେ ଚାଲିବା ସ୍ଥିତିରେ ନଥିବା ଯୋଗୁଁ ତା’ ଉପରେ ଡାକ୍ତରମାନେ ଏହି ପ୍ରୟୋଗ ଆରମ୍ଭ କରିନାହାନ୍ତି।

ସମ୍ବନ୍ଧିତ ଖବର