ଭୋଟ ଦେବାକୁ ଚାହୁଛନ୍ତି ଜଗା-ବଳିଆଙ୍କ ବାପା:ଆର୍ଥିକ ସମସ୍ୟା ସାଜିଛି ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚଳିତ ମାସ ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମିଲିଗୁଡ଼ା ଗାଁର ଜଗା-ବଳିଆଙ୍କ ବାପା ଭୁୟାଁ କହଁର ଓ ମାଆ ପୁଷ୍ପାଞ୍ଜଳୀ କହଁର ଭୋଟ ଦେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦିଲ୍ଲୀ ଏମ୍ସର ପ୍ରାଇଭେଟ୍ ଵାର୍ଡ ୬୦୧୦ରେ ଜଗାବଳିଆଙ୍କ ଚିକିତ୍ସା ଜାରି ରହିଛି। ଦୁଇ ଶିଶୁଙ୍କର ଯତ୍ନ ନେବା ପାଇଁ ଜୁଲାଇ ୧୪, ୨୦୧୭ରୁ ଜଗା-ବଳିଆଙ୍କ ବାପା ଓ ମା’ ଏମ୍ସରେ ରହିଛନ୍ତି। ଜଗା-ବଳିଆଙ୍କ ବାପା ଭୁୟାଁ କହଁରଙ୍କ କହିବା ଅନୁସାରେ ଦୁଇ ଶିଶୁଙ୍କର ଚିକିତ୍ସା ପାଇଁ ସେମାନେ ଦୀର୍ଘ ଦିନ ହେଲା ଏମ୍ସରେ ରହିଛନ୍ତି ଏବଂ ଦିଲ୍ଲୀ ଆସିବା ପରଠାରୁ ସେମାନେ ନିଜ ଗାଁ କୁ ଥରେ ମାତ୍ର ଯାଇନାହାନ୍ତି। ହେଲେ ନିର୍ବାଚନରେ ଭୋଟ ଦେବାପାଇଁ ଯଦି ତାଙ୍କୁ ଏଠାରୁ ନିଜ ଗାଁ କୁ ଯିବାକୁ ପଡ଼େ ସେଥିରେ ସେମାନେ ଖୁସି ହେବେ ବୋଲି କହିଛନ୍ତି। ନିଜର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଏହା ଏକ ସୁଯୋଗ ବୋଲି ଭୁୟାଁ କହଁର କରିଛନ୍ତି। ଭୋଟଦାନ ପାଇଁ ଆଗ୍ରହ ଥଲେ ସୁଦ୍ଧା ଆର୍ଥିକ ସମସ୍ୟା ଏଥିରେ ପ୍ରତିବନ୍ଧକ ସାଜିଛି ବୋଲି ସେ କହିଛନ୍ତି । ଯଦି ତାଙ୍କୁ କେହି ସହଯୋଗ କରନ୍ତି ସେ ଓ ତାଙ୍କ ପତ୍ନୀ ନିଜ ଗାଁ କୁ ଯାଇ ଭୋଟଦେଇ ପୁଣି ଦୁଇ ସନ୍ତାନଙ୍କ ପାଖକୁ ଫେରି ଆସିବେ ବୋଲି କହିଛନ୍ତି ଭୁୟାଁ କହଁର।

ସମ୍ବନ୍ଧିତ ଖବର