ପରିଶ୍ରମ କରି ପରିବାରର ପେଟ ପୋଷୁଛନ୍ତି ଏହି ଦିବ୍ୟାଙ୍ଗ

ଅଟୋ ଚଳାଇ ରୋଜଗାର କରୁଛନ୍ତି ଜଗଦମ୍ବା

ବଳରାମପୁର(ଛତିଶଗଡ଼): ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ କୌଣସି ବି ବ୍ୟକ୍ତିକୁ ଅଟକାଇ ପାରିନଥାଏ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି | ଛତିଶଗଡ଼ ବଳରାମପୁରରେ ରହୁଥିବା ଜଗଦମ୍ବା ସିଂ ନିଜର ପରିଶ୍ରମ ବଳରେ ଏବେ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି | ବିନା କାହାର ସାହାଯ୍ୟରେ ନିଜ ଅଟୋରେ ମାଲ ପରିବହନ କରୁଛନ୍ତି ଏହି ଦିବ୍ୟାଙ୍ଗ ବ୍ୟକ୍ତି |

ଦେଢ଼ ବର୍ଷ ତଳେ ହଠାତ ଜଗଦମ୍ବାଙ୍କ ଗୋଟିଏ ଗୋଡ ଅଚଳ ହୋଇପଡ଼ିଥିଲା | ଘରର ଏକମାତ୍ର ରୋଜଗାରିଆ ପୁଅର ଅବସ୍ଥା ଦେଖି ପୁରା ପରିବାର ଚିନ୍ତାରେ ପଡିଯାଇଥିଲେ | ଧୀରେ ଧୀରେ ଅଭାବ ଅନଟନର କଳା ବାଦଲ ଏହି ପରିବାରକୁ ଗ୍ରାସ କରିବାକୁ ବସିଥିଲା | କିନ୍ତୁ ଚୁପ ହୋଇ ବସିନଥିଲେ ଜଗଦମ୍ବା | ନିଜର ଏଭଳି ସ୍ଥିତିରେ ମଧ୍ୟ ଅଟୋ ଚଳାଇ ରୋଜଗାର ଆରମ୍ଭ କରିଥିଲେ |

କେତେବେଳେ ଅଟୋରେ ଯାତ୍ରୀଙ୍କୁ ବସାଇ ନିଅନ୍ତି ତ କେତେବେଳେ ପୁଣି ସେହି ଅଟୋରେ ମାଲ ପରିବହନ ମଧ୍ୟ କରନ୍ତି | ତେବେ ସ୍ଥାନୀୟ ଲୋକ ମଧ୍ୟ ଜଗଦମ୍ବାଙ୍କ ଏହି ଚେଷ୍ଟାକୁ ସମର୍ଥନ କରିଥିଲେ | ତେବେ ଜଗଦମ୍ବାଙ୍କ ସାଥି ପାଲଟିଥିବା ଅଟୋଟିର ଅବସ୍ଥା ଖରାପ ହୋଇଯାଇଥିବାରୁ ନୂଆ ଅଟୋଟିଏ ପାଇଁ ଏବେ ସେ ଅନୁରୋଧ କରିଛନ୍ତି | ଜିଲ୍ଲାପାଳ ମଧ୍ୟ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି |

ସମ୍ବନ୍ଧିତ ଖବର