ଟାଇଟଲର-ସଜ୍ଜନ ମଞ୍ଚରୁ ଆଉଟ୍‌

ନୂଆଦିଲ୍ଲୀ: ଏନ୍‌ ଡିଏ ସରକାର ବିରୋଧରେ  କଂଗ୍ରେସର ଉପବାସ ବିଭିନ୍ନ କାରଣରୁ ବିବାଦୀୟ ହୋଇପଡ଼ିଛି। ରାହୁଲ ଗାନ୍ଧୀଙ୍କ ଉପବାସସ୍ଥଳରେ ୧୯୮୪ ଦଙ୍ଗା ଅଭିଯୁକ୍ତ କଂଗ୍ରେସ ନେତା ଜଗଦୀଶ ଟାଇଟଲର ଏବଂ ସଜ୍ଜନ କୁମାରଙ୍କ ଉପସ୍ଥିତି ନେଇ କଂଗ୍ରେସକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଉଭୟ ନେତାଙ୍କୁ ଅନଶନସ୍ଥଳରୁ ଫେରାଇ ଦିଆଯାଇଥିଲା। ଟାଇଟଲର ଅନଶନସ୍ଥଳରେ ପହଞ୍ଚିବା ପରେ ଦିଲ୍ଲୀ ପ୍ରଦେଶ ମୁଖ୍ୟ ଅଜୟ ମାକେନ ତାଙ୍କ କାନରେ କିଛି କହିଥିଲେ। ଏହାପରେ ଟାଇଟଲର ସେଠାରୁ ବାହାରକୁ ଆସିଯାଇଥିଲେ। ସଜ୍ଜନ କୁମାର ମଧ୍ୟ ମୁଖ୍ୟ ଧାଡ଼ିରେ ବସିବାକୁ ଯାଉଥିବା ବେଳେ ତାଙ୍କୁ ଫେରାଇ ଦିଆଯାଇଥିଲା। ଏହାପରେ ଉଭୟ ନେତା ଲୋକଙ୍କ ଗହଣକୁ ଯାଇ ବସିଥିଲେ। ତେବେ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ବିଜେପି ଏହାକୁ ଅସ୍ତ୍ର କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛି । ଗୋଟିଏ ପଟେ କଂଗ୍ରେସ ନେତାଙ୍କ ଭୂରି ଭୋଜନକୁ ନେଇ ବିବାଦ ଓ ଅନ୍ୟପଟେ ସଜ୍ଜନ ଓ ଟାଇଟଲରଙ୍କ ଉପସ୍ଥିତି କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର